ସମ୍ବଲପୁର: ବୁର୍ଲା ଭୀମସାରରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ସୋମବାର ୨୨ ଛାତ୍ର ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୭ଜଣ ଙ୍କ ନମୁନା କୋଭିଡ଼ ପଜିଟିଭ ଆସିଛି । ଏକାଧିକ ଡ଼ାକ୍ତର ଛାତ୍ରଛାତ୍ରୀ କୋଭିଡ଼ ସଂକ୍ରମିତ ଚିହ୍ନଟ ହେବା ପରେ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଭୀମସାର କତ୍ତୃପକ୍ଷ । ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷର ଅଫଲାଇନ ପରୀକ୍ଷା ବାତିଲ କରି ଦିଆଯାଇଛି । ସମସ୍ତ ପରୀକ୍ଷା ଅନଲାଇନ ମାଧ୍ୟମରେ ହେବା ନେଇ ସୂଚନା ଦେଇଛନ୍ତି ଭୀମସାର ଅଧ୍ୟକ୍ଷ ପ୍ରଫେସର ଡ଼ାକ୍ତର ଜୟଶ୍ରୀ ଦୋରା ।