ଭୁବନେଶ୍ୱର: ନିର୍ବାଚନ ଆଚରଣବିଧି ଲାଗୁ ପୂର୍ବରୁ ଶେଷ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ ଟା ରେ କ୍ୟାବିନେଟ ବୈଠକ ଆରମ୍ଭ ହୋଇଥିଲା । ୧୪ ଟି ପ୍ରସ୍ତାବରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ । ଆଜି ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକ ରାଜ୍ୟ ସରକାରଙ୍କ ପଞ୍ଚମ ପାଳିର ଶେଷ କ୍ୟାବିନେଟ ବୈଠକ ଥିଲା । ୭ଟି ବିଭାଗର ୧୪ ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।
ରାଜଧାନୀର ଚନ୍ଦ୍ରଶେଖରପୁରରେ ଯାଦବ ଭବନ ନିର୍ମାଣ ହେବା ନେଇ କ୍ୟାବିନେଟରେ ସବୁଜ ସଂକେତ ମିଳିଛି । ଉତ୍କଳ ଯାଦବ ମହାସଭାର ୫ କୋଟି ୬୦ ଲକ୍ଷ ଟଙ୍କାର ଋଣ ଛାଡ ହେବାକୁ ମଞ୍ଜୁରୀ ମିଳିଛି । କଟକ ମହାନଦୀ ଉପରେ ହେବ ଉଚ୍ଚସେତୁ । ସେହିପରି କଟକ ଚାଉଳିଆଗଞ୍ଜରେ ହେବ ଡିଏଭୀ ଏସସିବି ମେଡିକାଲ ପବ୍ଲିକ ସ୍କୁଲ । ଅନ୍ୟପକ୍ଷରେ ସାଲେପୁର ବ୍ରାହ୍ମଣଖଣ୍ଡ- ସାହୁଖେତ ଦ୍ସ୍ାରେ ବ୍ରିଜ ନିର୍ମାଣକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ ବୈଠକ । ଏହି ସେତୁ ନିର୍ମାଣରେ ଖର୍ଚ୍ଚ ହେବ ୧୨୮କୋଟି ୭୧ ଲକ୍ଷ ଟଙ୍କା । ୩୬ ମାସରେ ସରିବ ଉଚ୍ଚ ସେତୁ ନିର୍ମାଣ କାର୍ଯ୍ୟ । ରାଜ୍ୟରେ ଉଚ୍ଚ କ୍ଷମତା ସମ୍ପନ୍ନ ଗ୍ରୀଡ ସ୍ଥାପନ କରାଯିବା ନେଇ କ୍ୟାବିନେଟ ମଞ୍ଜୁର ମିଳିଛି । ୬ଟି ଉଚ୍ଚକ୍ଷମତା ସମ୍ପନ୍ନ ଗ୍ରୀଡ ପ୍ରତିଷ୍ଠା କରାଯିବ । ପୁନଃନିର୍ମାଣ ହେବ । ରାଜ୍ୟର ପୁରାତନ କରନାଳୀ । ୬୨ ହଜାର ହେକ୍ଟରରେ ୧୮୬୦ କିଲୋମିଟର କରନାଳୀ ହେବ । ଭେଟେରେନାରୀ କ୍ୟାଡରର ସଂଶୋଧନ ନେଇ କ୍ୟା