ଭୁବନେଶ୍ୱର ସବୁ ଥାନାରୁ ଜବତ ଅବ୍ୟହୃତ ଓ ଅଚଳ ଗାଡ଼ି ହଟିବ

ଭୁବନେଶ୍ୱର:- ଭୁବନେଶ୍ୱର ସବୁ ଥାନାରୁ ଜବତ ଅବ୍ୟହୃତ ଓ ଅଚଳ ଗାଡ଼ି ହଟିବ । ଏନେଇ ବଡ ସୂଚନା ଦେଲେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ । ଜବତ ଗାଡ଼ି ପଡ଼ି ରହିବା ଯୋଗୁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । ଗାଡ଼ି ହଟିଲେ ଜାଗା ସଫା ହେବ, ରାଜସ୍ବ ବଢିବ ବୋଲି ସେ କହିଛନ୍ତି । ଏନେଇ ପୋଲିସ କମିଶନରଙ୍କୁ ଭୁବନେଶ୍ୱର ମହାନଗର ନିଗମ ଚିଠି କରିବ। ଥାନା ସହ ବିଏମସିର ଅବ୍ୟହୃତ ଓ ଅଚଳ ଗାଡ଼ି ସ୍କ୍ରାବ ହେବ ବୋଲି ମେୟର କହିଛନ୍ତି । ବିଏମ୍‌ସି ସହରରୁ ବାହାରୁଥିବା ବର୍ଜ୍ୟକୁ ନେଇ ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟି(ଏମଆରଏଫ୍‌)ରେ ପ୍ରକ୍ରିୟାକରଣ କରୁଛି । ଏହି ଢାଞ୍ଚାରେ ପୁରୁଣା ଗାଡ଼ିକୁ ସ୍କ୍ରାପିଂ କରି ଏହାର ସାମଗ୍ରୀକୁ ଅନ୍ୟତ୍ର ଉପଯୋଗ କରାଯିବ ।