ଭୁବନେଶ୍ୱର: ନିର୍ବାଚନୀ ହିଂସାକୁ ନେଇ କମିଶନରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ପୋଲିସ ଡ଼ିଜି ମଧ୍ୟ ଉପସ୍ଥିତ ଥିଲେ । ବୈଠକ ଶେଷ ପରେ ପ୍ରତିକ୍ରିୟା ରଖିଲେ ପୋଲିସ ଡିଜି ସୁନୀଲ ବଂଶଲ । ଏ ଘଟଣାରେ ପୋଲିସ କୋହଳ ମନୋଭାବ ନଦେଖାଇ କାର୍ଯ୍ୟାନୁଷ୍ଠାନ ନେବ । ନିୟମ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବୁ । ବୈଠକରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡ଼ିଜି ଉପସ୍ଥିତ ଥିଲେ । ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରେ ଚାଲିଥିଲା ଏହି ଜରୁରୀ ବୈଠକ । ଗତକାଲି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ଏହି ସମୟରେ ରାଜ୍ୟର କିଛଇି ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ତେବେ ଏହାକୁ ଶାସକ ଦଳ ଓ ବିରୋଧୀ ଦଳ ମଧ୍ୟରେ ଏବେ ବୟାନବାଜି ଆରମ୍ଭ ହୋଇଛି । ଯାହାକୁ ନେଇ ଆଜି ନିର୍ବାଚନ କମିଶନ ଉଚ୍ଚସ୍ତରୀୟ ବୈଠକ କରିଥିଲେ ।