ଜଟଣୀ/ପ୍ରଶାନ୍ତ କୁମାର ସାହୁ : ବେଆଇନ ବ୍ରାଉନ ସୁଗାର ବିକ୍ରୀ ଅଭିଯୋଗରେ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ | ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଟଣୀ ଥାନା ଅଧିକାରୀ ଙ୍କ ନିର୍ଦ୍ଦେଶ ଅନୁସାରେ ଏକ ସ୍ପେଶାଲ ଟିମ୍ ନାଇଜର ପଛ ପାଖରେ ଥିବା ଇଲେକ୍ଟ୍ରିକ ସବ୍ ଷ୍ଟେସନ୍ ନିକଟରେ ଚଢ଼ାଉ କରି ବେଆଇନ ବ୍ରାଉନ ସୁଗାର ବିକ୍ରୀ କରିବା ଅଭିଯୋଗରେ ୦୩ ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଛି I ସେମାନଙ୍କ ଠାରୁ ୧୭.୬୧ ଗ୍ରାମ୍ ଓଜନ ର ବ୍ରାଉନ ସୁଗାର ୩ ଟି ମୋବାଇଲ ଫୋନ୍ ଦୁଇଟି ମୋଟର ସାଇକେଲ ସହ ନଗଦ ୭୦୦୦ ଟଙ୍କା ଜବତ କରିଛି ପଚରା ଉଚରା ସମୟରେ ଅଭିଯୁକ୍ତ ମାନେ ଏହି ବେଆଇନ ବ୍ରାଉନ ସୁଗାରକୁ ରାଜା ବଜାର ଅଞ୍ଚଳର ଏସ୍. କେ ଇମ୍ରାନ ଓରଫ ସଦାମ ନାମକ ଜଣେ ବ୍ରାଉନ ସୁଗାର ବ୍ୟାବସାୟିଙ୍କ ନିକଟରୁ ସଂଗ୍ରହ କରି ଆଣି ଥିବା କଥା ସ୍ୱୀକାର କରିଛନ୍ତି I ୩ ଅଭିଯୁକ୍ତ ହେଉଛନ୍ତି ଗଜପତି ନଗରର ଏସ୍ କେ ସବାଜ, ଗଡ଼ ଖୋର୍ଦ୍ଧର ସୁମିତ୍ କୁମାର ନାୟକ, ଅରବିନ୍ଦ ନଗର ଡମ ସାହିର ବୈଷ୍ଣବ ବେହେରା I ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି I