ଭୁବନେଶ୍ୱର : ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୨୦୨୧ ମସିହା ପାଇଁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ଘୋଷିତ ହୋଇଛି। ଚଳିତବର୍ଷ ପାଇଁ ବିଶିଷ୍ଟ ଚିତ୍ରକର ଜଗଦୀଶ କାନୁନଗୋ ଓ ପ୍ରସିଦ୍ଧ ଘୁମୁରା ଶିଳ୍ପୀ ଜୟନ୍ତ ବେହେରା ସମ୍ମାନିତ ହେବେ। ଉଭୟଙ୍କୁ ମିଳିବ ଦେଢଲକ୍ଷ ଟଙ୍କାର ଅର୍ଥରାଶି, ମାନପତ୍ର ଓ ଫଳକ। ପୂର୍ବରୁ ଏହି ପୁରସ୍କାର କେବଳ ଇଲା ପଣ୍ଡାଙ୍କ ନାମରେ ନାମିତ ଥିଲା । ଶାରଳା ପୁରଷ୍କାର ଅବସରରେ ଏହି ପୁରଷ୍କାର ପ୍ରଦାନ କରାଯିବ ।