ଦୁଇ ଆଇଆଇସି ଙ୍କ ଜିଦିରେ ଅସୁବିଧା ଭୋଗୁଛନ୍ତି ମହିଳା ଓ ଶିଶୁ

0

(ସୌମ୍ୟ ରଂଜନ ସେଠୀ) : କୋରାପୁଟ ବୋରିଗୁମା ଥାନାର ପୂର୍ବତନ ଆଇଆଇସିଙ୍କ ଗତ ଏପ୍ରିଲ ୪ରୁ କୋରାପୁଟ ହେଡ୍‌କ୍ୱାର୍ଟର ଥାନାକୁ ବଦଳି ହୋଇସାରିଛି । ହେଲେ ସେ ଏପର୍ଯ୍ୟନ୍ତ ନିଜର ପୂରାତନ କ୍ୱାର୍ଟର ଛାଡିନାହାନ୍ତି । ଫଳରେ ବୋରିଗୁମା ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଆଇଆଇସି କ୍ୱାର୍ଟର ନପାଇ ଥାନାରେ ରହୁଛନ୍ତି । ଥାନାକୁ ହିଁ ନିଜର ଘର କରିଛନ୍ତି ନୂଆ ଆଇଆଇସି । ମହିଳା ଓ ଶିଶୁମାନଙ୍କ ଡେସ୍କ ଗୃହକୁ ନୂତନ ଆଇଆଇସି ନିଜ ଘର କରିଦେଇଛନ୍ତି । ଫଳରେ ଥାନାକୁ ଆସୁଥିବା ମହିଳା ଅଭିଯୋଗକାରୀ ମାନେ ଭିତରକୁ ନଯାଇ ବାହାରେ ବସି ରହୁଛନ୍ତି ।ଦୂରଦୂରାନ୍ତରୁ ଆସୁଥିବା ଅନେକ ମହିଳା ଏବଂ ଶିଶୁମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖରା ହେଉ ବା ବର୍ଷା ସ୍ଥାନ ନପାଇ ଥାନା ବାହାରେ ସେମାନେ ବସିରହିଥିବା ଦେଖିବାକୁ ମିଳିଛି । ସେପଟେ ଏ ଘଟଣାକୁ ନେଇ ଜନଅସନ୍ତୋଷ ବଢିବାରେ ଲାଗିଛି । ତେବେ ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତୁରନ୍ତ ଦୃଷ୍ଟି ଦେଇ ଏହି ସମସ୍ୟାର ସ୍ଥାୟୀ ସମାଧାନ କରାଯାଉ ବୋଲି ସାଧାରଣ ଲୋକ ଦାବି କରିଛନ୍ତି ।