(ରିପୋର୍ଟସ ଟୁଡ଼େ) କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ୧ ଡିସେମ୍ବର ୨୦୧୮ରୁ ଏକ କୋଟି ଏଲପିଜି ଉପଭୋକ୍ତାଙ୍କୁ ଆଉ ମିଳିବ ନାହିଁ ଏଲପିଜି ସିଲିଣ୍ଡର । କାରଣ ବର୍ତ୍ତମାନ ପର୍ୟ୍ୟନ୍ତ ଏହି ବ୍ୟକ୍ତିମାନେ କରିନାହାନ୍ତି କେୱାଇସି। କେନ୍ଦ୍ର ସରକାର ଦ୍ବାରା ଲାଗୁ କରାଯାଇଥିବା ସୂଚନା ମୁତାବକ ଏଲପିଜି ଉପଭୋକ୍ତାଙ୍କୁ ତାଙ୍କର କେୱାସି ଭର୍ତ୍ତି କରିବାର ଶେଷ ତାରିଖ ରହିଛି ନଭେମ୍ବର ୩୦। ଏହି ନିୟମରେ ସାମିଲ ରହିଛନ୍ତି ଭାରତଗ୍ୟାସ, ଏଚପି ଏବଂ ଇଣ୍ଡେନ ଗ୍ୟାସ ଏଜେନ୍ସି। ଏପରକି ଯେଉଁ ଗ୍ରାହକମାନେ ଏଲପିଜି ସବସିଡ଼ି ଛାଡ଼ି ଦେଇଛନ୍ତି ସେମାନଙ୍କୁ ମଧ୍ୟ ଏହି କେୱାଇସି ପୂରା କରିବାକୁ ପଡ଼ିବ। ବିଶେଷ ଭାବେ,ଏପର୍ୟ୍ୟନ୍ତ ଦେଶରେ ଏକ ବଡ଼ ସଂଖ୍ୟାକ ଗ୍ରାହକ କେୱାସିର ପକ୍ରିୟା ପୂରା କରିନାହାନ୍ତି। ସୂଚନା ଅନୁଯାୟୀ, ସରକାର ସେହି ବ୍ୟକ୍ତିଙ୍କୁ କେୱାଇସି କରିବା ପାଇଁ କହିଛନ୍ତି, ଯେଉଁମାନେ ବର୍ତ୍ତମାନ ପର୍ୟ୍ୟନ୍ତ ଆଧାର କାର୍ଡ ଜମା କରିନାହାନ୍ତି ବା ଏସଙ୍ଖର ଓଗ୍ଧ ଟକ୍ଟ୍ର ଯୋଜନାର ଚୟନ କରିନାହାନ୍ତି। ସରକାର ତିନି ବର୍ଷ ପୂର୍ବେ ଗ୍ରାହକଙ୍କର ବ୍ୟାଙ୍କ ଖାତା ସହ ଗ୍ୟାସ କନେକସନକୁ ଯୋଡ଼ିବା ପ୍ରକ୍ରିୟା ଆରମ୍ଭ କରିଥିଲେ। ଯେଉଁଥିରେ ବହୁ ସଂଖ୍ୟାକ ବ୍ୟକ୍ତି ବର୍ତ୍ତମାନ ପର୍ୟ୍ୟନ୍ତ କେୱାଇସି କାରିନାହାନ୍ତି। ଏବେ ସେହି ଗ୍ରାହକଙ୍କୁ ଆଉ ସବସିଡ଼ି ମିଳିବ ନାହିଁ। ତେବେ କେୱାସି ନକରିବା ଗ୍ରାହକଙ୍କ ସଂଖ୍ୟା ଏକ କୋଟିରୁ ଅଧିକ ରହିଥିବା ବେଳେ ଏମାନଙ୍କର ସବସିଡ଼ି ଆସନ୍ତା ନଭେମ୍ବର ୩୦ ସୁଧା ରଦ୍ଧ ହୋଇଯିବ। ତେବେ ଏହି ଗ୍ରାହକ ମାନଙ୍କ ମଧ୍ୟରେ ଅଧିକ ପରିମାଣର ଦିଲ୍ଲୀ , ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ରର ବୋଲି ଜଣାପଡ଼ିଛି।