ସାଲେପୁର/ଜ୍ୟୋସ୍ନାରାଣୀ ସିଂହ : ମହିଳା ଆଗେଇଲେ ଗାଁ ଆଗେଇବ, ଆଉ ମହିଳା ଆଗେଇଲେ ଦେଶ ଆଗେଇବ। ଏଭଳି ଉଦେଶ୍ୟ ରଖି ଗତକାଲି ପବିତ୍ର ଉତ୍କଳ ଦିବସରେ କଟକ ଜିଲ୍ଲା ମାହାଙ୍ଗା ହଳଦିଆ ପଂଚାୟତଠାରେ ଆମ୍ବେଦକର ଯୁବ ପରିଷଦ ଓ ରାଷ୍ଟ୍ର ସାଥି ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ବିଭିନ୍ନ ମହିଳା ଗୋଷ୍ଠୀମାନଙ୍କୁ ନିଜେ ଆତ୍ମନିର୍ଭରଶୀଳ ହେବା ପାଇଁ ସାହାଯ୍ୟ ଓ ସହାୟତା ଯୋଗାଇ ଦେଇଛନ୍ତି। ବିଶେଷ କରି ଗ୍ରାମୀଣ ମହିଳାମାନେ ଘରେ ବସି ନିଜେ କିପରି ଦୁଇ ପଇସା ରୋଜଗାର କରିପାରିବେ ଏବଂ ଅନ୍ୟମାନଙ୍କୁ ଏହି କାର୍ୟ୍ୟକ୍ରମରେ ସହଯୋଗ କରିପାରିବେ ସେଥି ପାଇଁ ବଢ଼ି ତିଆରି ମେସିନ୍ ଓ ଆନୁସଂଗିକ ଅର୍ଥ ମହିଳାମାନଙ୍କୁ ଯୋଗାଇ ଦିଆଯାଇଛି।

କାଲି ପ୍ରଥମ କରି ୪ଟି ମହିଳା ଗୋଷ୍ଠୀମାନଙ୍କୁ ଏହି ସବୁ ସାମଗ୍ରୀ ଯୋଗାଇ ଦିଆଯାଇଥିବାବେଳେ ଆଗାମୀ ଦିନରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ସମସ୍ତ ମହିଳା ଗୋଷ୍ଠୀମାନଙ୍କୁ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ଏହି ଆତ୍ମନିର୍ଭରଶୀଳ ହେବା ପାଇଁ ଅନେକ ପ୍ରକାରର କାର୍ୟ୍ୟ କ୍ରମ କରାଯିବ ବୋଲି ସୂଚନା ଦେଇଛନ୍ତି ମାହାଙ୍ଗାର ବିଶିଷ୍ଟ ସମାଜବାଦୀ ଦେବେନ୍ଦ୍ର ସାହୁ। ଏହି ଉତ୍ସବରେ ମାହାଙ୍ଗା ଓ ନିଶ୍ଚିନ୍ତ କୋଇଲି ଅଂଚଳର ବହୁ ନେତୃବୃନ୍ଦ ପ୍ରମୁଖ ସହ ନିଶ୍ଚିନ୍ତ କୋଇଲି ବ୍ଲକ କଂଗ୍ରେସ ଅଧ୍ୟକ୍ଷ ରମାକାନ୍ତ ବେହେରା ଉପସ୍ଥିତ ଥିଲେ।