ପୁରୀ: ତୁଟୁନି ବନକଲାଗି ବିବାଦ । ଦତମହାପାତ୍ର ସେବକଙ୍କୁ ଆଜି ବନକଲାଗି କରିବା ପାଇଁ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏହା ୨୦୧୮ ମସିହା ନିଷ୍ପତ୍ତି ଅନୁସାରେ ଆଜି ବନକଲାଗି କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ଜଦି ଆଜି ବନକଲାଗି କରାନଯାଏ ତେବେ ଧାରା ୩୩ ଅନୁଯାୟୀ ସେବାରୁ ହଟିବେ ଦତ୍ତମହାପାତ୍ର ସେବକ । ହେଲେ ରେକର୍ଡ ଅଫ୍ ରାଇଟ୍ସ ଆଧାରରେ ବନକଲାଗି କରିବା ଜିଦରେ ଅଟଳ ରହିଛନ୍ତି ଦତ୍ତମହାପାତ୍ର ସେବାୟତ । ଆସନ୍ତାକାଲି ନୀତି କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ଅନୁରୋଧ କରିଛନ୍ତି ଦତ୍ତମହାପାତ୍ର ସେବାୟତ । ଗତ ୧୯ ତାରିଖରେ ଦତ୍ତ ମହାପାତ୍ରଙ୍କୁ ଠାକୁରଙ୍କ ବନକଲାଗି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ଦତ୍ତ ମହାପାତ୍ର ନିଯୋଗ ଏହା କରିନଥିଲେ । ଏଥିପାଇଁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ଜବାବରେ ନିଯୋଗ ପକ୍ଷରୁ ଦାଖଲ ଉତ୍ତର ସନ୍ତୋଷଜନକ ନଥିଲା । ଏହା ପରେ ପୁଣିଥରେ ଆଜି ବନକଲାଗି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା ।