ଗଜପତି : ଉଦଯାପିତ ହୋଇଯାଇଛି ପଦର୍ଶନୀ ମେଳା । ଗଜପତିରେ ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ସପ୍ତାହ ତଥା ପଦର୍ଶନୀ ମେଳା ସ୍ଥାନୀୟ ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟର ଅଡିଟୋରୀୟମ ଠାରେ ଉଦଯାପିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅନ୍ୟତମ ଅତିଥି ଭାବେ ସେଞ୍ଚୁ ରିୟାନ ବିଶ୍ୱ ବିଦ୍ୟାଳୟର ରେଜିଷ୍ଟର ଡକ୍ଟର ଅନିତା ପାତ୍ର, ଶିଳ୍ପ ନିରୀକ୍ଷକ ମନୋଜ ମହାପାତ୍ର, ଜିଲ୍ଲା ଶିଳ୍ପକେନ୍ଦ୍ର ସଂସ୍ଥାର ସାଧାରଣ ପରିଚାଳକ ସୁନା ରାମ ସିଂ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ସେହିପରି ମନୋଜ ମହାପାତ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଜଣେ ଜଣେ ଉଦ୍ୟୋଗପତି ହେଲେ ଜିଲ୍ଲାର ବିକାଶ ହେବା ସଙ୍ଗେ ସଙ୍ଗେ ଅନ୍ୟକୁ ରୋଜଗାର ଦେଇ ପରିବ ଓ ଜିଲ୍ଲାରୁ ବେକାରୀ ସମସ୍ୟା ଦୂରୀକରଣ ହୋଇ ପାରିବ ବୋଲି ଅତିଥି ମାନେ ନିଜର ମତବ୍ୟକ୍ତରେ କହିଥିଲେ।ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଉଦ୍ୟୋଗୀକ ବିଷୟବସ୍ତୁ ଉପରେ ପ୍ରବନ୍ଧ, ବିତର୍କ ଓ ଚିତ୍ର ପ୍ରତିଯୋଗୀତା ହୋଇ ଥିଲା ପରେ କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରିବା ସହ ଋଣ ପ୍ରଦାନ କରିଥିବା ବ୍ୟାଙ୍କକୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଉଦ୍ୟାନ ବିଭାଗ, କୃଷି ବିଭାଗ, ପ୍ରାଣୀ ସମ୍ପଦ ବିଭାଗଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଏହି କାର୍ୟ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ।