ଭିଜିଲାନ୍ସ ଜାଲରେ ଇଡକଲ୍ ଅମ୍ପାଭାଲି ଲାଇମ୍ ଷ୍ଟୋନ ମାଇନ୍ସ DM ଗୟା ସାନ୍ତରା

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଇଡକଲ୍ DM | ଭିଜିଲାନ୍ସ ଜାଲରେ ଇଡକଲ୍ ଅମ୍ପାଭାଲି ଲାଇମ୍ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା ସାନ୍ତରା | ଗୟା ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ | ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢାଉ ଚାଲିଛି | ଭୁବନେଶ୍ୱର, କୋରାପୁଟ, ରାୟଗଡ଼ା ଓ ନୟାଗଡ଼ ସମେତ ୭ଟି ସ୍ଥାନରେ ରେଡ଼ ଚାଲିଛି। ଏହି ଚଢ଼ାଉରେ ୭ ଡିଏସପି, ୪ ଜଣ ଇନ୍ସପେକ୍ଟର, ଜଣେ ସବ୍-ଇନ୍ସପେକ୍ଟର ଏବଂ ୭ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ନିୟୋଜିତ ଅଛନ୍ତି |

ସୂଚନା ଅନୁଯାୟୀ, ରାଜଧାନୀର ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟରେ ଜୋନ୍ ଡିସେକ୍ଟର-ଏରେ ଥିବା ତିନି ମହଲା କୋଠା, ଭୁବନେଶ୍ୱରର ଜୟଦେବ ବିହାରରେ ନିର୍ମାଣାଧୀନ ଚାରିମହଲା କୋଠା, କୋରାପୁଟ ଜିଲ୍ଲାସୁଙ୍କି ଗେଟରେ ଅବସ୍ଥିତ ଭଡ଼ା ଘର, କୋରାପୁଟର ଅମ୍ପାଭାଲି-ସିମାଗୋଡାଠାରେ ଅଫିସ୍ ଚାମ୍ବର,ପ୍ଲଟ୍ ନଂ ୬୩ / ଏ, ସେକ୍ଟର-ଏ, ଜୋନ୍-ଡି, ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଉପରେ ଅବସ୍ଥିତ ଗ୍ଲୋବାଲ୍ ଇଞ୍ଜିନିୟର୍ସର ବ୍ୟବସାୟ ପରିସର, ନୟାଗଡ଼ର ଓଡ଼ଗାଁ ଥାନା ପାଟନା ସାହି, ପୈତୃକ ଘର ଏବଂ ରାୟଗଡ଼ାର ମୁନିଗୁଡ଼ା ପାଇକ ଛକରେ ଥିବା ଶଶୁର ଘର ଆଦିଠାରେ ଏହି ଚଢ଼ାଉ ଜାରି ରହିଛି।