ICSE  ଦଶମ ଓ ISC ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପ୍ରକାଶ ପାଇଲା ରେଜଲ୍ଟ

ନୂଆଦିଲ୍ଲୀ : କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ସଜାମିନେସନ (ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ICSE) ଦଶମ ଏବଂ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ (ISC) ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ CISCEର ଅଫିସିଆଲ୍ ୱେବସାଇଟ୍ cisce.org ପରିଦର୍ଶନ କରି ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ।  ଏ ନେଇ ସିଆଇଏସ୍‌ସିଇ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ , ICSE ଶ୍ରେଣୀ ଦଶମ ପରୀକ୍ଷା ୧୮ ଫେବୃଆରୀରୁ ୨୭ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା, ଯେତେବେଳେ ISC ଦ୍ୱାଦଶ ପରୀକ୍ଷା ୧୩ ଫେବୃଆରୀରୁ ୫ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ସାରା ଦେଶରୁ ହଜାର ହଜାର ଛାତ୍ରୀଛାତ୍ର ଏହି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ।