ପୁଣି ବଢିଲା ଆଇଏଏସ ପୂଜା ଖେଡକରଙ୍କ ଅଡୁଆ । ଆଇଏଏସ ଅଫିସର ପୂଜା ଖେଡକରଙ୍କ ବିରୋଧରେ ମହାରାଷ୍ଟ୍ର ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶ ପରେ ଟ୍ରେନିଂ ରଦ୍ଦ କରି ପୂଜା ଖେଡକରଙ୍କୁ ପୁଣିଥରେ ଡକାଯାଇଛି । ବର୍ତ୍ତମାନ ପୂଜାଙ୍କୁ ମସୁରୀ ଟ୍ରେନିଂ ଏକାଡେମୀରେ ୨୩ ଜୁଲାଇ ପର୍ଯ୍ୟନ୍ତ ଜଏନ କରିବାକୁ କୁହାଯାଇଛି । ଏହା ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଲାଲ ବାହାଦୂର ଶାସ୍ତ୍ରୀୟ ପ୍ରଶାସନିକ ଏକାଡେମୀ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶଗୁଡିକ ଅନୁସାରେ କରାଯାଇଛି । ପୂଜା ଖେଡକରଙ୍କୁ ଏଲବିଏସଏନଏଏ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି, ଆପଣଙ୍କ ଜିଲ୍ଲା ଟ୍ରେନି ପ୍ରୋଗ୍ରାମକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏବଂ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ପାଇଁ ଆପଣଙ୍କୁ ଏକାଡେମୀକୁ ଡକାଯାଇଛି । ତେଣୁ ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ଜିଲ୍ଲା ଟ୍ରେନି କାର୍ଯ୍ୟକ୍ରମରୁ ଆପଣ ମୁଖ୍ୟ ହୋଇଛନ୍ତି’ । ଏକାଡେମୀର ପତ୍ର ଏଥିରେ ଆଟାଚ ହୋଇଛି ।ଆପଣଙ୍କୁ ଜୁଲାଇ ୨୩ ପରେ କୌଣସି ପରିସ୍ଥିତିରେ ଯଥାଶ୍ରୀଘ୍ର ଏକାଡେମୀରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଅନୁଯାୟୀ , ପୂଜା ଖେଡକରଙ୍କ ବିଷୟରେ ପ୍ରତିଦିନ ନୂଆ ଖୁଲାସା କରାଯାଉଛି । ଅଭିଯୋଗ ହୋଇଛି ଯେ ପୂଜା ଖେଡକର ଦୃଷ୍ଟିହୀନ ତଥା ମାନସିକ ସ୍ତରରେ ଅସୁସ୍ଥ ଥିବା ପ୍ରମାଣପତ୍ର ଦାଖଲ କରି ୟୁପିଏସସି ପରୀକ୍ଷାେୀ ଭାଗ ନେଇଥିଲେ । ସେହି ଆଧାରରେ ସେ ବିଶେଷ ରହାତି ପାଇବା ପରେ ଆଇଏଏସ ହୋଇଗଲେ । ଯଦି ସେ ଏହି ରିହାତି ପାଇ ନଥାନ୍ତେ , ପ୍ରାପ୍ତ ମାର୍କ ଆଧାରରେ ଆଇଏଏସ ପଦ ପାଇବା ତାଙ୍କ ପକ୍ଷେ ଅସମ୍ଭବ ହୋଇଥାନ୍ତା ।