ହାଇଦ୍ରାବାଦ: ପରିବେଶ ପ୍ରଦୂଷଣକୁ ରକ୍ଷା କରିବା ପାଇଁ ହାଇଦ୍ରାବାଦ ଷ୍ଟାର୍ଟ ଅପ ପରିବେଶ ନେଇଛି ନୂଆ ପଦକ୍ଷେପ । ଏବେ ଲୋକମାନେ ପ୍ଲାଷ୍ଟିକ ବୋତଲ ବ୍ୟବହାର କରିବା ବଦଳରେ ଇକୋ ଫ୍ରେଣ୍ଡଲି ବୋତଲ ପ୍ରସ୍ତୁତ କରାଯାଇଛି । ଏବେ ପ୍ଳାଷ୍ଟିକ ବଦଳରେ କାଗଜ ବ୍ୟାଗରେ ଦିଆଯିବ ପାଣି । କାଗଜ ବ୍ୟାଗ କରିଛନ୍ତି ଆଇଟି ବିଶେଷଜ୍ଞ ସୁନୀତ ଟାଟିନେନି ଏବଂ ଚୈତନ୍ୟ ଆୟିନପୁଡି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଥିବା ‘କେରୋ ୱାଟର’ ଆରମ୍ଭ କରିଥିଲେ । ଷ୍ଟାଟ ଅପ କେରୋ ୱାଟର ସହ ପ୍ରତିଷ୍ଠାତା ସୁନୀତ ଟାଟିନେନି କହିଛନ୍ତି ଯେ, ଦୀର୍ଘ ଦିନ ଧରି ଯାତ୍ରା କରୁଥିବା ବ୍ୟକ୍ତି ଅତି କମ୍ରେ ୧ଲିଟରିଆ ବୋତଲର ୫ଟି ବୋତଲ କିଣିବେ । ଏହି ପ୍ଲାଷ୍ଟିକ ବୋତଲଗୁଡ଼ିକର ୧୦ପ୍ରତିଶତ କମ ରିସାଇକ୍ଲିଂ କରାଯାଉଛି ।
ନୀତ ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ କାଗଜ ବ୍ୟାଗ ପାଣି ପାତ୍ରଗୁଡିକ ୫ ଲିଟର ଏବଂ ୨୦ ଲିଟର ଦୁଇଟି ପ୍ରକାରରେ ଉପଲବ୍ଧ । ଏହାର ମୂଲ୍ୟ ୫ ଲିଟର ବାକ୍ସ ୭୫ ଟଙ୍କାରେ ଉପଲବ୍ଧ ଥିବାବେଳେ ୨୦ ଲିଟର ପାଣି ବାକ୍ସର ମୂଲ୍ୟ ୧୨୦ ଟଙ୍କା ରହିଛି ।
ସେହିଭଳି ଚୈତନ୍ୟ ଉଲ୍ଲେଖ କରିଛନ୍ତି ଯେ ତୃଣମୂଳ ସ୍ତରରେ ପରିବର୍ତ୍ତନ ଆଣିବା ପାଇଁ ସେ ଡାକ୍ତରଖାନା, ହୋଟେଲ ଏବଂ ଛୋଟ-ଛୋଟ ପାର୍ଟୀ ଉପରେ ଅଧିକ ଧ୍ୟାନ ଦେଇଛନ୍ତି । ହାଇଦ୍ରାବାଦ ଏବଂ ଏହାର ଆଖପାଖରେ ଥିବା କିଛି ହୋଟେଲ ଏବଂ ଡାକ୍ତରଖାନା ଏହି ପରିବେଶ ଅନୁକୂଳ ବୋତଲରୁ ପ୍ଲାଷ୍ଟିକ୍ ପାଣି ବୋତଲ ଆମଦାନୀ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ।