ମାଆଙ୍କର ଅପୂର୍ବ ଲୀଳା ଦେଖିବାକୁ ଏକାଠି ଶହ ଶହ ଭକ୍ତ ।

ପରମ୍ପରା ଏବଂ ବିଶ୍ଵାସ ର ଏକ ପର୍ବ କଳସୀ, ଉପାନ୍ତରେ ଯାହାକୁ କଳସୀ ଯାତ୍ରା କୁହନ୍ତି ଏବଂ ସହରାଞ୍ଚଳରେ ଠାକୁରାଣୀ ଯାତ୍ରା କୁହାଯାଇଥାଏ , ତେବେ ଆସନ୍ତୁ ଦେଖିବା ଉପାନ୍ତରେ ଏହି ପର୍ବ କୁ ନେଇଁ କଣ ରହିଛି ବିଶ୍ଵାସ ଏବଂ କିଭଳି ପାଳନ କରିଥାନ୍ତି ଏହି ପର୍ବ କଳସୀ ଯାତ୍ରା କୁ । ଗାଁ କୁ ପ୍ରାକୃତିକ ବିପର୍ଯ୍ୟୟ ରୁ ହେଉ କିମ୍ବା ବିଭିନ୍ନ ମହାମାରୀ ରୋଗରୁ ଗ୍ରାମବାସୀଙ୍କୁ ଉଦ୍ଧାର କରିଥାନ୍ତି ମା ସେ ହେଉଛନ୍ତି ଗ୍ରାମଦେବତୀ ମାଆ ଠାକୁରାଣୀ ଗାଁ ମୁଣ୍ଡରେ ରହି ଗାଁ କୁ ସୁରକ୍ଷା ପ୍ରଦାନ କରିଥାନ୍ତି, ଏହି ବିଶ୍ଵାସ ରହି ଆସିଛି କେଉଁ ଅନାଦି କାଳରୁ, ପିଢ଼ି ପିଢ଼ି ଧରି ମା ଙ୍କ ସେବାରେ ରହିଆସିଥିବା ସେବାୟତ ଙ୍କୁ ଏଠି ପୂଜାରୀ କୁହାଯାଇଥାଏ, ଗାଁ ରେ କୌଣସି ଅମଙ୍ଗଳ ହେଲେ ଗ୍ରାମବାସୀଙ୍କ ମଙ୍ଗଳ ପାଇଁ ମାଆ ଙ୍କ ନିକଟରେ ଗୁହାରି କରିଥାନ୍ତି ଏହି ପୂଜାରୀ ଆଉ ପୂଜାରୀଙ୍କ ଜରିଆରେ ବରଷରେ ଥରେ ମାଆ ଙ୍କୁ ନିମନ୍ତ୍ରଣ କରି ପାଛୋଟି ଅଣାଯାଇଥାଏ ଗାଁ କୁ, ବିଭିନ୍ନ ପ୍ରକାର ପରମ୍ପରିକ ବାଜା ବାଜଣା ରେ ପ୍ରକମ୍ପିତ ହୋଇ ଉଠିଥାଏ ଗାଁ ଦାଣ୍ଡ. ମାଆ ଙ୍କ ଆଜ୍ଞା ମାଳ ପ୍ରାପ୍ତ ହେବାପରେ ଗାଁ ମଧ୍ୟକୁ ପ୍ରବେଶ କରିଥାନ୍ତି ମାଆ ଏକ ଅସ୍ଥାୟୀ ମଣ୍ଡପରେ ନଅ ଦିନ ଧରି ମାଆ ଙ୍କୁ ରଖାଯାଇ ପୂଜା କରାଯାଇଥାଏ ବର୍ଷ ତମାମ ଭକ୍ତ ମାଆ ଙ୍କ ଦୁଆରକୁ ଯାଇ ମାଆ ଙ୍କୁ ଗୁହାରି କରିଥାଏ ହେଲେ ମାଆ ଏହି ନଅ ଦିନ ଧରି ଲୋକଙ୍କ ଦୁଆରକୁ ଯାଇ ଭକ୍ତ ଠାରୁ ପୂଜାପାଇ ତା ଗୁହାରି ଶୁଣିଥାନ୍ତି, କୁଆଁରୀ ଝିଅଙ୍କ ଦେଇ ମା ଗାଁ ବୁଲନ୍ତିଏବଂ ଭକ୍ତ ମାଆ ଙ୍କ ପାଦ ଧୋଇଦେଇ ଧୂପ ଦୀପ ଆଉ ନୈବେଦ୍ୟ ଦେଇ ମାଆ ଙ୍କ ଆରାଧନା କରିଥାନ୍ତି ଏବଂ ନିଜକୁ ଧନ୍ୟ ମନେକରିଥାନ୍ତି ମା ଠାକୁରାଣୀ ଙ୍କ କଳସ ଯାତ୍ରା ରେ ଏ ଅଂଚଳର କଳା ସଂସ୍କୃତି ସହ ଏ ଅଂଚଳର ପାରମ୍ପରିକ ପଦ୍ଧତି, ଭକ୍ତି, ବନ୍ଧୁତା ମଧ୍ୟ ବଜାୟ ରହିଥାଏ, ଏହି ନଅ ଦିନ ଯାକ ଗାଁ ଚଳଚଞ୍ଚଳ ହୋଇ ଉଠିଥାଏ, ସବୁଠାରୁ ଆକର୍ଷଣୀୟ ଥାଏ ମାଆ ଙ୍କ ନୃତ୍ୟ ଏ ଅଂଚଳର ଆଞ୍ଚଳିକ ଭାଷାନୁସାରେ ମାଆ ଙ୍କ ବିମାନ, ଡୋଲୀ, ଚାଙ୍ଗୁଡ଼ି ଏବଂ କଳସୀ ର ପରମ୍ପରିକ ନାଚ ବେଶ ଆକର୍ଷଣୀୟ ଥାଏ. ପ୍ରତିଦିନ ଗାଁ ବୁଲି ଯେତେବେଳେ ମାଆ ଫେରନ୍ତି ମାଆ ଙ୍କ ଏହି ନୃତ୍ୟ ଦେଖିବାକୁ ତୋରଣ ନିକଟରେ ଗାଁ ଲୋକଙ୍କ ଭିଡ଼ ଜମିଥାଏ. ଏହି ଭଳି ଦୀର୍ଘ ନଅ ଦିନ ଧରି ମାଆ ପୂଜା ପାଇବା ପରେ ପୁଣି ନିଜ ମନ୍ଦିରକୁ ଫେରିବାକୁ ମା ସଜ ହୁଅନ୍ତି, ଆଉ ଶେଷ ଦିନରେ ଗ୍ରାମବାସୀ ମାଆ ଙ୍କୁ ବଜବାଜଣା କରି ତାଙ୍କ ମୂଳ ଆସ୍ଥାନ ତଥା ଠାକୁରାଣୀ ମନ୍ଦିର କୁ ନେଇଁ ଯାଇଥାନ୍ତି