ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ଘଟଣାରେ ଦୁଇ ଜଣ ଯୁବକ ଆତ୍ମସମର୍ପଣ କରିଛନ୍ତି । ଦୁଇ ଯୁବକ କନ୍ଧମାଳରୁ ଆତ୍ମସମର୍ପଣ କରିଛନ୍ତି । ଦୁଇ ଯୁବକଙ୍କୁ ପଚରା ଉଚରା କରୁଛି ପୋଲିସ । ପୂର୍ବରୁ ଅନ୍ୟ ଦୁଇ ସହଯୋଗିଙ୍କୁ ଅଟକ ରଖିଛି ପୋଲିସ । ମନୀଷ ମୃତ୍ୟୁ ଶ୍ୱାସରୁଦ୍ଧ କାରଣରୁ ହୋଇଥବା ପୋଷ୍ଟମର୍ଟମ ରିପୋର୍ଟରେ ହୋଇଥିବା ସୂଚନା ମିଳିଛି । ମନୀଷ ଅନୁରାଗଙ୍କ ପାତ୍ରପଡା ସ୍ଥିତ ଏକ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଥିଲା । କମିଶନରେଟ୍ ପୋଲିସର ସ୍ପେଶାଲ ସ୍କାଡ୍ ସହ ତମାଣ୍ଡୋ, ଇନଫୋସିଟି ଓ ଖଣ୍ଡଗିରି ପୋଲିସ୍ ମିଳିତ ଟିମ୍ ମନୀଷଙ୍କ ମୃତ୍ୟୁ ରହସ୍ୟ ଭେଦ ଲାଗି ଛାନଭିନ୍ ଜାରି ରଖିଛନ୍ତି।