କେମିତି କଟିବ ଆପଣଙ୍କ ଦିନ? ଜାଣନ୍ତୁ ରାଶିଫଳ

ଭୁବନେଶ୍ୱର; କେମିତି କଟିବ ଆପଣଙ୍କ ଦିନ । ସମସ୍ତେ ନିଜର ରାଶିଫଳ ଜାଣିବାକୁ ଚାହାଁନ୍ତି । କାରଣ କଣ କେତେବେଳେ ଘଟିବ, ଏସବୁ ଜାଣିବା କିଛି ଉପାୟ ବାଛିବା ପାଇଁ ପ୍ରସ୍ତୁତ ହୋଇଥାନ୍ତି ।

ମେଷ; ନିଜର ପରିଶ୍ରମ ଫଳ ନିଶ୍ଚିତ ଭାବେ ପ୍ରାପ୍ତି ହେବ । ନିଜ କର୍ମକୁ ନେଇ ଅଧିକ ବ୍ୟସ୍ତରେ ସମୟ କାଟିବେ । ଦମ୍ପତ୍ତିଙ୍କ ପାଇଁ ଦିନଟି ଶୁଭ ରହିବ । ସେହିପରି ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ଫିଳ ମିଳିବ ।

ବୃଷ; ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି । ବନ୍ଧୁମାନଙ୍କ ସହ ଖୁସିରେ ଦିନ ବିତିବ । ପରିବାର ଲୋକଙ୍କ ସହିତ କିଛି ବିଶେଷ ମୁହୂର୍ତ୍ତ ଅତିବାହିତ କରିପାରନ୍ତି । ଲୁଚି ଥିବା ପ୍ରତିଭା ଛାତ୍ରଛାତ୍ରୀ ମାନେ ପଦାକୁ ଆଣିବେ ।

ମିଥୁନ; ସତର୍କ ରୁହନ୍ତୁ , ନିଜ କର୍ମରୁ ହଟି ଅନ୍ୟ କର୍ମ କରିପାରନ୍ତି । ଛାତ୍ରଛାତ୍ରୀ ମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ । ବ୍ୟବସାୟରେ ମଧ୍ୟମ ଫଳ ମିଳିବା ସହ ନୂଆ ଚାକିରୀ ପ୍ରାପ୍ତ ହେବ ।

ସିଂହ; ବ୍ୟବସାୟରେ ସୁଫଳ ମିଳିବ । ଅଳଙ୍କାର କ୍ରୟ କରିପାରନ୍ତି । ପ୍ରେମ ସମ୍ପର୍କରେ ନିଜକୁ ଭାଗ୍ୟଶାଳୀ ମନେ କରିବେ । ଛାତ୍ରଛାତ୍ରୀଙ୍କର ପଢାରେ ମନ ଅସ୍ଥିର ରହିବ । ଶନି ଆପଣଙ୍କ ମଙ୍ଗଳ କରିବା ସହ ଚାକିରି କ୍ଷେତ୍ରରେ ଉନ୍ନତି ଯୋଗ ରହିଛି ।

କନ୍ୟା; ସବୁ କାର୍ଯ୍ୟରେ ଉନ୍ନତି ଘଟିବ । ନିଜକୁ ଭାଗ୍ୟବାନ ଭାବିବେ । ବିଦ୍ୟାର୍ଥୀ ମାନେ ସଫଳତା ପ୍ରାପ୍ତ କରିବେ । ବ୍ୟବସାୟରେ ଲାଭ ଯୋଗ ରହିଛି । ପରିବାରରେ ଖୁସିର ମାହୋଲ ଲାଗି ରହିବ ।

ତୁଳା; ଦିନଟି ସଫଳତାର ସହ ସଂପୂର୍ଣ୍ଣ ହେବା ପରୋପକାର କରି ନିଜକୁ ଖୁସି ଅନୁଭବ କରିବେ । ଦମ୍ପତ୍ତି ମାନେ ଆଲୋଚନା କରି କିଛି ନୂଆ କାର୍ଯ୍ୟ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ ।

 

ବିଛା; ସୁଖ ହାନି ଘଟିପାରେ । କାର୍ଯ୍ୟ କ୍ଷେତ୍ରରେ ଅଶାନ୍ତି ଦେଖା ଦେଇପାରେ । ଅନେକ କାର୍ଯ୍ୟ ଏକ ସହ ଆସି ପହଞ୍ଚିବା ଯୋଗୁ ଚିନ୍ତିତ ମାନେ କରିପାରନ୍ତି । ବ୍ୟବସାୟ ମଧ୍ୟମ ଫଳ ଦେବ । ମାଲି ମୋକଦ୍ଦମାରେ ଜୟଯୁକ୍ତ ହେବେ ।

ଧନୁ; ବନ୍ଧୁ ଆପଣଙ୍କ ଘରକୁ ଆସିପାରନ୍ତି । ବାକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । ବ୍ୟବସାୟରେ ସଫଳତା ମିଳିବ । ମହିଳା ମାନେ ଗୃହ କାର୍ଯ୍ୟରେ ଅଧିକ ମନୋନୋବେଶ କରିବେ । କିଛି ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ ।

 

ମକର; ଚିନ୍ତା କରିଥିବା ବିଷୟରେ ପରିବର୍ତ୍ତନ ଆଣିପାରନ୍ତି । କିଛି ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ । ଭାଙ୍ଗିଥିବା ସମ୍ପର୍କ ଯୋଡି ହେବାର ଯଥେଷ୍ଟ ସମ୍ଭାବନା । ଛାତ୍ରଛାତ୍ରୀ ମାନେ ନୂତନ ଚିନ୍ତାଧାରାର ବଶବର୍ତ୍ତୀ ହେବେ । ଅଳଙ୍କାରର ବଶବତ୍ତୀ ହୋଇ କିଛି ଭୁଲ୍ ନଷ୍ପତି ନେବେ ।


କୁମ୍ଭ- ପତିପତ୍ନୀଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି। ସ୍ବାସ୍ଥ୍ୟ ସଂପୂର୍ଣ୍ଣ ସୁସ୍ଥ ରହିବ। ଛାତ୍ରଛାତ୍ରୀମାନେ ଭବିଷ୍ୟତ ଚିନ୍ତାରେ ରହିବେ। ସହକର୍ମୀଙ୍କ ସହ ବିଶେଷ ଆଲୋଚନା କରିବେ। ବ୍ୟବସାୟରେ ବିଶେଷ ଭଲ ଫଳ ପ୍ରାପ୍ତି ହେବ।

ମୀନ- ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରାପ୍ତ ହେବ। ଉଚ୍ଚ ପଦବୀ ମିଳିବାର ଯୋଗ ଅଛି। ଦମ୍ପତିମାନେ ଖୁସିରେ ଦିନଟି କାଟିବେ। ସବୁ କର୍ମରେ ଆପଣ ସଂପୂର୍ଣ୍ଣ ଯୋଗଦାନ ଦେବେ। ଅନେକ ବାଧା ବିଘ୍ନର ସାମ୍ନା କରିବାକୁ ପଡ଼ିବ।