ବିନା ଖର୍ଚ୍ଚରେ ନଖକୁ କିପରି କରିବେ ସୁନ୍ଦର

ନାରୀ ଓ ପୁରୁଷ ସଭିଏଁ ଚାହିଥାନ୍ତି ନଖକୁ ସୁନ୍ଦର ଅ ।ଉ ମଜବୁତ ରଖିବାକୁ । ଖାସ କରି ନାରୀ ମାନେ ନଖ ବିବା, ନଖ ମଜବୁତ ରହିବା, ନଖ ନ ମରିବା ପାଇଁ ବିଭିନ୍ନ ପ୍ରକାରର ପ୍ରକ୍ରିୟା କରିଥାନ୍ତି । ହେଲେ ଘରେ ରହି ଘରୋଇ ଜିନିଷ ବ୍ୟବହାର କରି ଏହି ସମସ୍ୟାର ଉପଚାର କରିପାରିବା । ସେଥିପାଇଁ ପ୍ରଥମେ ଅଧ କପ ପାଣିକୁ ଗରମ କରି ସେଥିରେ ଦୁଇ ଚାମଚ ସାମ୍ପୋ, ଦୁଇ ବୁନ୍ଦା ଲେମ୍ବୁ ରସ, ଖାଇବା ଲୁଣ ଅଳ୍ପ ମାତ୍ରରେ ପକାଇ ସେଥିରେ ହାତକୁ ବୁଡ଼ାଇ ୫ ରୁ ୧୦ ମିନିଟ୍ ସମୟ ପର୍ଯ୍ୟନ୍ତ ରଖିବା । ପରେ ନଖକୁ ଭଲ ଭାବେ ମସାଜ କରି ହାତକୁ ଧୋଇଦେବେ । ଏହାଦ୍ୱାରା ହାତ ଓ ନଖ ସଫା ରହିଥାଏ । ପରେ ଗୋଟିଏ ଅ ।ତ ଫଳ ଭିତର ଧଳା ଅଂଶକୁ କାି ୧୦ ମିନିଟ୍ ସମୟ ପର୍ଯ୍ୟନ୍ତ ନଖରେ ସ୍କ୍ରବିଂ କରିବେ । ନଖକୁ ଭଲ ଭାବେ ଧୋଇ ଦେବେୟ ପରେ ଦୁଇ ଚାମଚ କ ଲେମ୍ବୁ ଚେପାକୁ ନଖରେ ୫ ମିନିଟ୍ ସମୟ ପର୍ଯ୍ୟନ୍ତ ସ୍କ୍ରବ କଲେ । ଏହା ନଖ ସଫା ରଖିଥାଏୟ ଏବଂ ଏହି ସମସ୍ତ ପକ୍ରିୟାକୁ ପ୍ରତିଦିନ ଦୁଇ ଥର କରିବା ଜରୁରୀ । ଏହାଦ୍ୱାରା ନଖ ବିବା ସହ, ନଖ ଫାଟିବନି, ନଖ ମରିବା ଭଳି ସମସ୍ୟା ହେବ ନାହିଁ ।