ବର୍ଷାଦିନେ କିପରି ତ୍ୱଚା ସମସ୍ୟା ଦୂରେଇ ରହିବେ

ବ୍ୟୁର : ବର୍ଷାଦିନେ ବିଭିନ୍ନ ତ୍ୱଚା ଜନିତ ସମସ୍ୟା ଦେଖାଦିଏ । ବର୍ଷା ଦିନରେ ନିଜ ତ୍ୱଚାକୁ ଯତ୍ନ ନେବା ନିହାତି ଆବଶ୍ୟକ । ଲୋକେ ମେକ୍ଅପ୍ ନେବା ତଥା ରାସାୟନଯୁକ୍ତ ପ୍ରସାଧନ ସାମଗ୍ରୀ ବ୍ୟବାହାର କରନ୍ତି ଯାହା ତ୍ୱଚା ପାଇଁ ହାନିକାରକ ହୋଇଥାଏ । ଆସନ୍ତୁ ଜାଣିବା ବର୍ଷାଦିନେ ତ୍ୱଚା ସମସ୍ୟାରୁ କେମିତି ଦୂରେଇ ରହିବେ । କେଉଁ ଦିଗ ଉପରେ ଗୁରୁତ୍ୱ ଦେବେ , ସେ ସମ୍ପର୍କରେ ନିମ୍ନ ପ୍ରଦତ୍ତ ଟିପ୍ସରୁ ଜାଣନ୍ତୁ ।
୧ .ଫେସୱାସ୍ ରେ ମୁହିଁ କୁ ସଫା କରନ୍ତୁ ।
୨.ତ୍ୱଚାକୁ ଯଥାସମ୍ଭବ ପରିଷ୍କାର ରଖିବାକୁ ଚେଷ୍ଟା କରନ୍ତୁ ।
୩.ବର୍ଷା ଦିନେ ଅଧିକ ପାଣି ପିଇବା ଦିଗରେ ଯତ୍ନବାନ ହେବା ଆବଶ୍ୟକ ।
୪.ବର୍ଷାଦିନେ ହେଭି ମେକ୍ଅପ୍ ନେବା ଦ୍ୱାରା ଲୋମକୂପ ବନ୍ଦ ହୋଇଥାଏ । ଏହା ଯୋଗୁଁ ବ୍ରଣ ଆଦି ସମସ୍ୟା ଦେଖାଦିଏ ।
୫.ବର୍ଷାଦିନେ ତୈଳାକ୍ତ ସାମଗ୍ରୀ ଲଗାଇବାରୁ ଦୂରରେ ରୁହନ୍ତୁ । ଅଧିକ ମଏଶ୍ଚରାଇଜ୍ ଲଗାଇବା ବନ୍ଦ କରନ୍ତୁ ।
୬. ଦିନକୁ ୮ ଲିଟର ପାଣି ପିଅନ୍ତୁ , ଅଧିକ ପାଣି ପିଇବା ଆବଶ୍ୟକ ।
ଏହିପରି ଭାବେ ବର୍ଷା ଦିନେ ତ୍ୱଚା ର ଯତ୍ନନେବା ଆବଶ୍ୟକ ।