ମୟୁରଭଞ୍ଜ: ହଟହଟା ହେଲେ ବେପାରୀ । ଗୋରୁମରନଙ୍କୁ ଚଲାଇଚଲାଇ ଓ ବିଭିନ୍ନ ଗାଡି ମାଧ୍ୟମରେ ଚାଲାଣ କରାଯାଏ । କିନ୍ତୁ ଗୋରୁଙ୍କ ସହ ଷଣ୍ଢକୁ ଚଲାଇ ଚଲାଇ ନେବା ଘଟମା ହୁଏତ ପ୍ରଥମ । ତେବେ ଏମାନଙ୍କୁ ଚାଲାଣ କରାଯଇଥିବାବେଳେ ବଜରଙ୍ଗଦଳ ଓ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡି ହଟହଟା ହେଇଛନ୍ତି ବେପାରୀ । ଏହିପରି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାରେ ।
ସେମାନଙ୍କ ପିଛା କରି ଯଶୀପୁର ଥାନା ମାହାର୍ଦ୍ଦାପଳସା ନିକଟରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଗୋରୁଙ୍କ ସହ ବେପାରୀମାନଙ୍କୁ ଅଟକାଇ ଷଣ୍ଢ ଖୁରାରେ ଲାଗିଥିବା ଲୁହାଲାଲକୁ କାଢି ତୁରନ୍ତ ଷଣ୍ଡକୁ ଛାଡିଦେବା ପାଇଁ ଜିଦିକରିବାରୁ ଘଟଣାସ୍ଥଳରେ କିଛିସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା ।
ହାଟବାଦଡାକୁ ବେପାରୀମାନେ ଗୋରୁ ଗୁଡିକୁ ଚଲାଇ ଚଲାଇ ନେବା ସମୟରେ, ଏକ ଷଣ୍ଢକୁ ଚଞ୍ଚକତା କରି ଗୋରୁଗୋଠ ଭିତରେ ନେଇ ଯାଉଥିବା ବେଳେ ଯଶୀପୁର ବଜରଙ୍ଗଦଳ ନଜରରେ ପଡିଯାଇଥିଲା । ପରେ ଯଶୀପୁର ପୋଲିସ ପହଞ୍ଚି ଷଣ୍ଡକୁ ଉଦ୍ଧାର କରିବା ପରେ ବୁଝାସୁଝା କରି ସମସ୍ତ ଗୋରୁଙ୍କ ସହ ବେପାରୀମାନଙ୍କୁ ସେଠାରୁ ପଠାଇ ଦେଇଥିଲା ।