ଓଡିଶାବାସୀଙ୍କ ନିକଟକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଚିଠି ।ସାଢେ ଚାରି କୋଟି ଓଡିଶାବାସୀଙ୍କ ଭଲପାଇବା ଏବଂ ଅକୁଣ୍ଠ ବିଶ୍ୱାସ ବଳରେ ସେବା କରିବାର ସୁଯୋଗ ପାଇଥିବାରୁ କୃତଜ୍ଞତା ଜଣାଉଛି। ଆଉ କିଛି ଦିନ ଭିତରେ ରାଜ୍ୟବାସୀ ଦେଶର ରାଜନୀତିରେ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ସାଢେ ୪ କୋଟି ଓଡିଶାବାସୀ ମୋ ପରିବାର । ସମସ୍ତଙ୍କ ସୁଖ, ଦୁଃଖ, ସୁବିଧା, ଅସୁବିଧାରେ ସବୁବେଳେ ସମସ୍ତଙ୍କ ପାଖରେ ରହିଛି।  ୨୦୩୬ ସୁଦ୍ଧା ଓଡିଶାକୁ ସମସ୍ତ କ୍ଷେତ୍ରରେ ୧ ନମ୍ବର ରାଜ୍ୟ କରିବାକୁ ଦୃଢ ସଂକଳ୍ପର ସହ ଆଗକୁ ବଢୁଛି । ଆସନ୍ତୁ ଏହି ସଂକଳ୍ପକୁ ଆହୁରି ସୁଦୃଢ କରିବା ସହ ନବୀନ ଓଡିଶା, ସଶକ୍ତ ଓଡିଶା ଗଠନ କରିବା ଦିଗରେ ସଭିଏଁ ମିଶି କାର୍ଯ୍ୟ କରିବା।