ବ୍ୟୁରୋ : ଅଭିଯୋଗକାରିଣୀଙ୍କ ଅଭିଯୋଗ କ୍ରମେ ଇନ୍ଫୋସିଟି ଥାନା ପୁଲିସ ନାବାଳିକା ସହ ଦୁର୍ବ୍ୟବହାର ଏବଂ ହତ୍ୟା ଧମକ ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଜଣକ ପରିବାର ସହ ଇନ୍ଫୋସିଟି ଥାନା ଅଞ୍ଚଳରେ ରୁହନ୍ତି । ଗତ ତା.୨୪.୦୨.୨୦୨୫ ରିଖ ଦିନ ସେ ଏବଂ ତାଙ୍କ ସ୍ଵାମୀ ନିଜ କର୍ମକ୍ଷେତ୍ରକୁ ଚାଲିଯିବା ପରେ ଘରେ ତାଙ୍କର ଦୁଇ ନାବାଳିକା ଝିଅ ଏବଂ ଏକ ଛୋଟ ପୁଅ ଥିଲେ । ସେହିଦିନ ମଧ୍ୟାହ୍ନରେ ତାଙ୍କ ସାନ ଝିଅ ଘରେ ନିଦରେ ଶୋଇପଡିଥିବା ବେଳେ, ବଡ ଝିଅ ପାଖ ଦୋକାନକୁ ଯାଇଥିଲେ । ଏହାର ସୁଯୋଗ ନେଇ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ତାଙ୍କ ଘରେ ପଶି ନିଦରେ ଶୋଇଥିବା ନାବାଳିକା ଝିଅ ସହିତ ଜୋରଜବରଦସ୍ତ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ ଏବଂ ଘଟଣା ସମ୍ପର୍କରେ ବାହାରେ ପ୍ରକାଶ କଲେ ସେ ତାଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇ ସେଠାରୁ ଫେରାର ହୋଇଯାଇଥିଲେ । ଏନେଇ ଅଭିଯୋକାରିଣୀ ଥାନାର ଦ୍ୱାରସ୍ଥ ହୋଇଥିଲେ ।