ଇସଲାମବାଦ; ଜଣେ ହଲିଉଡ଼ ତାରକା ହୋଇ ନିଜର ମଣିଷତ୍ୱ ଦେଖାଇଛନ୍ତି ଆଞ୍ଜେଲିନା ଜୋଲି । ପାକିସ୍ତାନ ର ବନ୍ୟା ବିପର୍ଯ୍ୟୟ କୁ ଦେଖି ସେ ମର୍ମାହତ ହୋଇଛନ୍ତି । କିଛିଦିନ ହେଲାଣି ପାକିସ୍ଥାନ ବାଲୋଚିସ୍ଥାନ ଓ ଗିଲଗିଟ ବାଲତ୍ସ୍ଥାନରେ ବନ୍ୟା ହୋଇଛି । ସେଠାରେ ଲୋକେ କାକୁତି ମିନତି ହୋଇ ସାରା ବିଶ୍ୱକୁ ଡ଼ାକୁଥିବାର କଥା ଆଞ୍ଜେଲିନା କହିଛନ୍ତି । ପାକିସ୍ଥାନର ଭୌଗଳିକ ସ୍ଥିତି ରେ ଯୋଡ଼ି ହୋଇରହିଛି ୟୁନାଇଟେଡ଼ କିଙ୍ଗଡ଼ମ ।ତେବେ ସରକାରୀ ରେକର୍ଡ଼ ଅନୁସାରେ ବନ୍ୟା ପ୍ରବାହରେ ମରିସାରିଲେଣି ୧୬୦୦ ଲୋକ । ୭ମିଲିୟନ ଲୋକେ ଘର ବାଛନ୍ଦ ହୋଇଛନ୍ତି ଏବଂ ବାକି ଲୋକେ ତମ୍ବୁ ଟାଣି ରହୁଛନ୍ତି । ସେଠାରେ ମଶା ମାନଙ୍କ ଠାରୁ ସୁରକ୍ଷା ନାହିଁ କି ପିଇବା ପାଣି ମଧ୍ୟ ନାହିଁ । ସେ ମଧ୍ୟ କହିଛନ୍ତି ଏମିତି ଦୃଶ୍ୟ ସେ ଆଗରୁ କେବେ ଦେଖିନାହାନ୍ତି ।
୨୦୧୦ ରେ ହୋଇଥିବା ବନ୍ୟା ଓ ୨୦୦୫ରେ ଘଟିଥିବା ଭୂ-କମ୍ପ ରେ ସେ ପାକିସ୍ତାନ ଗ୍ରସ୍ତ କରିଥିଲେ । ସେତେବେଳେ ଠିକ ଏହି ପରି କାରୁଣ ଦୃଶ୍ୟ ଦେଖିଥିବାର କଥା କହିଛନ୍ତି । ସେ ଇସଲାମ ବାଦ ଠାରେ ଆୟୋଜିତ ହୋଇଥିବା ସିଭିିଲ ମିଲିଟାରୀ ମିଟିଙ୍ଗରେ କହିଛନ୍ତି ଆନ୍ତର୍ଜାତୀୟ ସମ୍ପ୍ରଦାୟ ବନ୍ୟା ପରିସ୍ଥିତି ପାଇଁ କିଛି କର । ବର୍ତମାନର ପ୍ରକୃତ ସମୟ ହେଉଛି ବନ୍ୟାରେ ଫସିରହିଥିବା ଲୋକ ମାନଙ୍କର ଡ଼ାକ ଶୁଣିବା । ୟୁ.ଏନ.ଏଚ.ସି .ଆରର ପ୍ରତିନିଧିତ୍ୱ କରନ୍ତି ଆଞ୍ଜେଲିନା । ତେବେ ସେ ଦକ୍ଷିଣ ସିନ୍ଧି ପ୍ରଦେଶର ବନ୍ୟା ପ୍ରବାହିତ ଯାଗାକୁ ପରିକ୍ରମା କରିଥିଲେ ଓ ପ୍ରବାହିତ ଲୋକ ମାନଙ୍କ ସହ କ୍ୟାମ୍ପରେ ରହିଥିଲେ । ଯଦି କିଛି ସହାୟତା ସରକାରଙ୍କ ଠାରୁ ନ ଆସେ ତେବେ ସେହି ଜାଗାରେ ତୁମେ ନ ରହି ଅନ୍ୟଜାଗାରେ ରହିବା କଥା କହିଛନ୍ତି ଆଞ୍ଜେଲିନା ।