ହୋଲି ପାଳିଲେ କଟକିଆ

ଆଜି ହେଉଛି ରଙ୍ଗର ପର୍ବ ହୋଲି। ଆଉ ଏହି ଅବସରରେ ସମସ୍ତେ ନିଜର ପ୍ରିୟ ଜନ ମାନଙ୍କର ସହ ରଙ୍ଗର ଆସରରେ ମସଗୁଲ ହୋଇଥିଲେ। ସେହିପରି କଟକ ର ଶାନ୍ତି ମହିଳା ୱାକର୍ସ କ୍ଳବ ପକ୍ଷରୁ କୋଭିଡ ଗାଇଡ଼ ଲାଇନ ମାନି ଘର ଭିତରେ ସଦସ୍ୟା ମାନେ ହୋଲି ଖେଳିଥିଲେ। ରଙ୍ଗ ସହ ଏକାଠି ହୋଇ ଦହିବରା ଆଳୁ ଦମ , ମିଠା ର ମଜା ନେଇଥିଲେ। ଗତ ଦୁଇବର୍ଷ ଧରି ହୋଲି ପର୍ବ କରୋନା ଯୋଗୁ ଫିକା ପଡିଯାଇଥିବା ବେଳେ ଚଳିତବର୍ଷ ଟିକିଏ ସୁଯୋଗ ମିକିଥିବାରୁ ବେଶ ଖୁସି ପ୍ରକଟ କରିଛନ୍ତି ସଦସ୍ୟା ମାନେ।ସେହିପରି କଂଗ୍ରେସ ଭବନରେ ଧୂମଧାମରେ ପାଳିତ ହେଉଛି ହୋଲି । ଜଟଣୀ ବିଧାୟକ ସୁରେଶ ରାଉତରାୟ କର୍ମୀମାନଙ୍କ ସହ ମିଶି ପରସ୍ପରକୁ ରଙ୍ଗ ବୋଳି ବୋଳି ହୋଇଛନ୍ତି । ଏହାସହିତ ବିଧାୟକଙ୍କ ଠାରୁ ଆର୍ଶବାଦ ନେଉଛନ୍ତି ଲୋକେ । ଆଜି ଏହି ହୋଲି ନେତାଓ ଜନତା ମିଶି ଖେଳୁଛନ୍ତି ଖୋଲି । ସେପଟେ ଭୁବନେଶ୍ୱର ମେୟର ପ୍ରାର୍ଥିନୀ ସୁଲୋଚନା ଦାସଙ୍କ ଘରେ ତାଙ୍କ ସମର୍ଥନ ମାନେ ପହଞ୍ଚି ହୋଲିର ଶୁଭେଚ୍ଛା ଜଣାଇବା ସହିତ ପୈାରନିର୍ବାଚନ ପାଇଁ ଶୁଭକାମନା ଜଣାଉଛନ୍ତି । ତେବେ ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ମଧ୍ୟ ରାଜ୍ୟବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପଟେ କଂଗ୍ରେସର ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ  ହୋଲି ଖେଳି ପ୍ରଚାର କରୁଛନ୍ତି । କର୍ମୀମାନଙ୍କ ସହିତ ମିଶି ମିଠାଧରି ଘରେ ଘରେ ବୁଲି ହୋଲିର ଶୁଭେଚ୍ଛା ଜଣାଇବା ସହିତ ଭୋଟଭିକ୍ଷା କରୁଛନ୍ତି ।