ବାଲିଯାତ୍ରାରେ ଥିବା ହକି ଷ୍ଟଲ ବୁଲିଛନ୍ତି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ

କଟକ :ଜମୁଛି ପ୍ରସିଦ୍ଧ କଟକ ବାଲିଯାତ୍ରା । ଐତିହାସିକ ବାଲିଯାତ୍ରାର ମଜା ନେଇଛନ୍ତି ଦର୍ଶକ । ଦିନ ଯେତିକି ସରୁଛି ଭିଡ ସେତିକି ଜମୁଛି । ଲୋକମାନଙ୍କ ଇଚ୍ଛାକୁ ଦେଖି ବାଲିଯାତ୍ରା ଅବଧି ଗୋଟିଏ ଦିନ ବୃଦ୍ଧି କରାଯାଇଛି । ବାଲିଯାତ୍ରାର ଅଷ୍ଟମ ଦିନରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ବାଲିଯାତ୍ରାରେ ହୋଇଥିବା ହକି ଷ୍ଟଲ ବୁଲି ଦେଖିଥିଲେ ଏହି ସମୟରେ ପ୍ରତିକ୍ରିୟା ରଖି ବାଲିଯାତ୍ରାକୁ ପ୍ରଶଂସା କରିବା ସହିତ ଇଣ୍ଡୋନେସିଆର ବାଲିରେ ପ୍ରଧାନମନ୍ତ୍ରୀ କଟକ ବାଲିଯାତ୍ରା ବିଷୟରେ କହିଥିବାକୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।ଆସନ୍ତା ବର୍ଷ ଅର୍ଥାତ 2023ରେ ଓଡିଶାରେ ହକି ବିଶ୍ୱକପ ହେବାକୁ ଯାଉଛି । ହକି ବିଶ୍ବକପକୁ ଆଉ ମାତ୍ର 60 ଦିନ ରହିଛି । ବିଶ୍ବକପର ପ୍ରମୋସନ ପାଇଁ ବାଲିଯାତ୍ରାରେ ହକି ଷ୍ଟଲ କରାଯାଇଛି । ହକି ଇଣ୍ଡିଆ ସଭାପତି ବାଲିଯାତ୍ରା ପଡିଆରେ ରଥିବା ହକି ଷ୍ଟଲ ବୁଲିଥିବା ଦେଖିବାକୁ ମିଳିଛି । ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ବାଲିଯାତ୍ରା ପଡ଼ିଆରେ ଲଗା ଯାଇଛି ଷ୍ଟଲ । ଯାହାକୁ ଦେଖିବା ପାଇଁ ସବୁ ସମୟରେ ଭିଡ଼ ଲାଗୁଛି । ମୁଖ୍ୟମନ୍ତ୍ରୀଙ୍କ ହକି କ୍ରୀଡା ପ୍ରତି ଯେଉଁ ଭଲ ପାଇବା ରହିଛି ସେଥିପାଇଁ ରାଜ୍ୟରେ ଆଉ ଏକ ବିଶ୍ୱକପ ହେବାକୁ ଯାଉଛି । ଯାହା ରାଜ୍ୟର କ୍ରୀଡା ଦିଗକୁ ଆହୁରି ବିକାଶ ପଥ ରେ ଆଗେଇ ନେବା ଏହାର ଲକ୍ଷ୍ୟ ।