ଭୁବନେଶ୍ୱର: ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୪ ତାରିଖରେ ପୁରୀ ଗସ୍ତରେ ଯିବାରୁ କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟସୂଚୀ ଅନୁଯାୟୀ, ୨୩ରେ ରାଷ୍ଟ୍ରପତି ନିଜ ଗାଁ ରାଇରଙ୍ଗପୁର ଆସିବେ । ସେଠାରେ ନିଜ ଘରେ ରାତ୍ରୀଯାପନ କରିବେ । ୨୪ ତାରିଖରେ ମୟୂରଭଞ୍ଜ ଏୟାରପୋର୍ଟରୁ ବାହାରି ପୁରୀ ଅଭିମୁଖେ ଯାତ୍ରା କରିବେ। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତ୍ରୀ ଉତ୍ସବରେ ମୁଖ୍ୟ ଅତିତି ଭାବେ ଯୋଗଦେବ । ସେଠାରୁ ରାଜଭବନ ଯାଇ ବି,ସ୍ରାମ ନେବ ପରେ ଭୁବନେଶ୍ବର ବିମାନବନ୍ଦର ଅଭିମୁଖେ ଯାତ୍ରା କରିବେ । ଅପରାହ୍ଣ ୪ଟା ୨୫ରେ ଓୟୁଏଟି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ପରେ ଭୁବନେଶ୍ବର ନୂଆ ଜୁଡିସିଆଲ କମ୍ପ୍ଲେସ୍କର ଶୁଭାରମ୍ଭ କରିବେ। ପରେ ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି ।