ହୀରାକୁଦରେ ବନ୍ଦ ହେଲା ସମସ୍ତ ଗେଟ୍
ହୀରାକୁଦ ଜଳଭଣ୍ଡାରରେ ବନ୍ଦ ହେଲା ସମସ୍ତ ଗେଟ୍। ଜଳଭଣ୍ଡାରରୁ ଜଳ ନିଷ୍କାସନ ବନ୍ଦ କରିଛି ଜଳସଂପଦ ବିଭାଗ।
(ହୀରାକୁଦ) : ହୀରାକୁଦ ଜଳଭଣ୍ଡାରରେ ବନ୍ଦ ହେଲା ସମସ୍ତ ଗେଟ୍। ଜଳଭଣ୍ଡାରରୁ ଜଳ ନିଷ୍କାସନ ବନ୍ଦ କରିଛି ଜଳସଂପଦ ବିଭାଗ। ଡ୍ୟାମ୍ର ଜଳଧାରଣ କ୍ଷମତା ୬୩୦ ଫୁଟ୍ ଥିବା ବେଳେ ବର୍ତ୍ତମାନ ଜଳସ୍ତର ୬୨୯.୩୩ ଫୁଟ୍ ଥିବା ନେଇ ଡ୍ୟାମ୍ କତ୍ତୃପକ୍ଷ ସୂଚନା ଦେଇଛନ୍ତି। ରବିବାର ରାତି ସାଢେ ୯ଟା ପରେ ୪ଟି ଗେଟ୍ ବନ୍ଦ କରି ଦିଆଯାଇଛି ।
ସୂଚନାନୁଯାୟୀ , ରବିବାର ହୀରାକୁଦ ବନ୍ଧରୁ ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲୁଥିବା ବେଳେ ରବିବାର ରାତି ସାଢେ ୯ଟା ପରେ ୪ଟି ଗେଟ୍ ବନ୍ଦ କରି ଦିଆଯାଇଛି । ୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିଲା। ରାତି ୯ଟା ସୁଦ୍ଧା ଜଳସ୍ତର ୬୨୯.୨୩ ଫୁଟ୍ ରହିଥିଲା।ତେବେ ହୀରାକୁଦ ଜଳଭଣ୍ଡାରେ ଜଳଧାରଣ କ୍ଷମତାକୁ ଦୃଷ୍ଟିରେ ରଖି ସୋମବାର ସକାଳେ ଆଉ ୨ଟି ଗେଟ୍ ବନ୍ଦ କରାଯାଇଥିବା ନେଇ ଜଳସଂପଦ ବିଭାଗ ପକ୍ଷରୁ ସୂଚନା ମିଳିଛି।