୬୨୫ ଫୁଟ୍ ଅତିକ୍ରମ କଲା ହୀରାକୁଦର ଜଳସ୍ତର
ବଙ୍ଗୋପସାଗର ଲଘୁଚାପ ବର୍ଷା ସୃଷ୍ଟି ହୋଇଛି ଯାହାର ପ୍ରଭାବ ରେ ଓଡିଶା ଦେଖିବାକୁ ମିଳିଛି । ଗତ ୩ ଦିନ ହେଲା କ୍ରମାଗତ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର
(ହୀରାକୁଦ) : ବଙ୍ଗୋପସାଗର ଲଘୁଚାପ ବର୍ଷା ସୃଷ୍ଟି ହୋଇଛି ଯାହାର ପ୍ରଭାବ ରେ ଓଡିଶା ଦେଖିବାକୁ ମିଳିଛି । ଗତ ୩ ଦିନ ହେଲା କ୍ରମାଗତ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ସୋମବାର ୬୨୫ ଫୁଟ୍ ଅତିକ୍ରମ କରିଛି । ସୋମବାର ରାତି ୯ଟା ସୁଦ୍ଧା ଜଳସ୍ତର ୬୨୫.୩୭ ଫୁଟ୍ ଛୁଇଁଛି । ସେହିପରି ରାତି ୯ଟା ସୁଦ୍ଧା ଜଳଭଣ୍ଡାରକୁ ୧ଲକ୍ଷ ୯୩ ହଜାର ୧୧୬ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ଜଳସ୍ତର ବଢିବାରେ ଲାଗିଛି ।
ସୂଚନାନୁଯାୟୀ , ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ହୀରାକୁଦ ଜଳଭଣ୍ଡାର ଏବର୍ଷ ଭରିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ଏପରିକି ଚଳିତବର୍ଷ ଗତ ୨୦୦୦ ମସିହାର ସ୍ଥିତି ଉପୁଜିବା ନେଇ ମଧ୍ୟ ବିଶେଷଜ୍ଞ ଆକଳନ କରି ସାରିଥିଲେ । ଗତବର୍ଷ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ୬୨୫ ଫୁଟ୍ ଟପି ସାରିଥିବା ବେଳେ ଏବର୍ଷ ୬୧୭ ମଧ୍ୟରେ ସୀମିତ ରହିଥିଲା । ସେପଟେ, ଗତ ଅଗଷ୍ଟ ପ୍ରଥମ ସପ୍ତାହରୁ ସମସ୍ତ ଗେଟ୍ ବନ୍ଦ ହୋଇଥିଲେ ହେଁ ଜଳସ୍ତର ଆଶାନୁରୂପ ବୃଦ୍ଧି ପାଉନଥିଲା । ଏହାଛଡା ଇତିମଧ୍ୟରେ ହୋଇଥିବା ଅନେକ ଲଘୁଚାପ ବି ଜଳସ୍ତର ବୃଦ୍ଧିରେ ସହାୟକ ହୋଇନଥିଲା ।