ସମ୍ବଲପୁର : ହୀରାକୁଦ ଜଳଭଣ୍ଡାର ନିଷିଦ୍ଧାଞ୍ଚଳରେ ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳିଛି। ଜଣେ ଓୟୁଏଟି ତୃତୀୟ ବର୍ଷର ଛାତ୍ର ଏସବୁ କରିଥିବା ଜଣାପଡିଛି । ଗୋଟିଏ ଆଇଫୋନ ଓ ଡ୍ରୋନ୍ ଜବତ କରିଛି ହୀରାକୁଦ ପୋଲିସ। ଆଜି ଥାନାକୁ ଛାତ୍ର ଜଣଙ୍କୁ ଡକାଇ ପୋଲିସ ତଦନ୍ତ କରିବା। ସାମାଜିକ ଗଣମାଧ୍ୟମରେ ଭିଡିଓ ଘୁରିବୁଲିବା ଫଳରେ ଘଟଣାଟି ସାମ୍ନାକୁ ଆସିଥିଲା। ୨୮ ତାରିଖ ହୀରାକୁଦ ଭଣ୍ଡାର ତାର ଗେଟ ଖୋଲିବା ସମୟରେ ଯୁବକ ଜଣଙ୍କ ଡ୍ରୋନ୍ ଉଡାଇ ତାଙ୍କ ଇନ୍ସଟାଗ୍ରାମରେ ଭିଡିଓ ପୋଷ୍ଟ କରୁଥିଲେ। ଡ୍ୟାମର ସମସ୍ତ ଆଙ୍ଗେଲରୁ ଭିଜୁଆଲ ନେଇ ଏହି ଯୁବକ ସୁରକ୍ଷା ବ୍ୟବସ୍ଥା ଠିକ ନାହିଁ ବୋଲି ପ୍ରମାଣ କରିଛନ୍ତି। ଗଣମାଧ୍ୟମକୁ ଦୀର୍ଘ ୪ ବର୍ଷ ହେବ ସ୍ପିଲ ୱେ ଅଞ୍ଚଳକୁ ବାରଣ କରାଯାଇଥିବାବେଳେ ନିଷିଦ୍ଧାଞ୍ଚଳରେ ବ୍ଲଗର ଡ୍ରୋନ୍ ଉଡାଇଛନ୍ତି। ଯାହାକୁ ଦେଖିଲେ ହୀରାକୁଦ ଡ୍ୟାମର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।