କଟକ: ଆଜି କଟକ ସ୍ଥିତ ଶତାବ୍ଦୀ ଭବନରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ହିନ୍ଦୁ ହୁଙ୍କାର ସମାବେଶ ଅନୁଷ୍ଠିତ ହୋଇ ଯାଇଛି ।ବହୁ ବର୍ଷ ସଂଘର୍ଷ ପରେ ୧୯୪୭ ରେ ଦେଶ ସ୍ଵାଧୀନ ହେବା ପରେ ଦେଶର ଧର୍ମ , ସଂସ୍କୃତି, ପରମ୍ପରାକୁ ରକ୍ଷା କରିବା ପାଇଁ ଜାତି ,ମତ ଉର୍ଦ୍ଧ୍ବରେ ରହି ଅନ୍ତ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ନିରନ୍ତର କାଯ୍ୟ କରି ଆସିଛି ବୋଲି ଅନ୍ତ ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ଡ଼ଃ ପବିଣ ତୋଗଡିଆ ଆଜି ଅନୁଷ୍ଠିତ ହୋଇଥିବା ହିନ୍ଦୁ ହୁଙ୍କାର ସମାବେଶ ରେ ଉଦବୋଧନ ଦେଇ କହିଥିଲେ ।
ଏହି ହିନ୍ଦୁ ହୁଙ୍କାର ସମାବେଶରେ ଡ଼ଃ ପ୍ରବିଣ ତୋଗଡିଆ ସହ ଅନ୍ତ ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ସଦସ୍ୟ ବିଶ୍ୱ ରଞ୍ଜନ ଜେଠି ,ଆଡଭୋକେଟ ମହେନ୍ଦ୍ର ଦଳାଇ ଓ ସଂଥ ମାନସ ଚୈତନ୍ୟ ମହାରାଜ ସହ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଡ଼ଃ ପ୍ରବିଣ ତୋଗଡିଆ ବିଭିନ୍ନ ବିଷୟରେ ଉଦବୋଧନ ଦେବା ସହ କିପରି ଧର୍ମାନ୍ତରୀକରଣ ବନ୍ଦ କରାଯିବ ଓ ଏହା ଉପରେ କଡା ଆଇନ ପ୍ରଣୟନ କରାଯିବ , ବେରୋଜଗାରୀ ଉପରେ ସରକାର ପଦକ୍ଷେପ ଗ୍ରହଣ କରିବା, ଚାଷୀ କିପରି ସଠିକ ଦାମ ପାଇବା ଉପରେ ଆଲୋଚନା କରି ସରକାରଙ୍କୁ ସମାଲୋଚନା କରିଥିଲେ ।ଏହା ସହ ସମାଜର ଉନ୍ନତି ପାଇଁ କାମ କରିଥିବା କିଛି ସମାଜସେବୀ ଓ ବହୁ ଅନୁଷ୍ଠାନ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ ।