ଓମିକ୍ରନ ପାଇଁ ହାଇଲେବୁଲ ବୈଠକ

ଭୁବନେଶ୍ୱର: ଓମିକ୍ରନକୁ ନେଇ ହେବ ଉଚ୍ଚସ୍ତରୀୟ ବୈଠକ । ଏ ନେଇ ରାଜ୍ୟ ସରକାରଙ୍କ ସହ ଆଲେଚନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଏହି ବୈଠକରେ ସ୍ୱସ୍ଥ୍ୟ ସଚିବଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ ।
କେନ୍ଦ୍ର ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କୁ ୫ ସୂତ୍ରୀ ପରାମର୍ଶ ଦିଆଯାଇଛି । ଏଥିସହ ପ୍ରବାସୀମାନଙ୍କ ଉପରେ ମଧ୍ୟ କଡା ନଜର ରଖିବାକୁ ଦିଆଯାଇଛି ପରାମର୍ଶ । ସେହିପରି ଏନଫୋର୍ସମେଣ୍ଟ କଡାକଡି କରିବା ସହିତ ଟେଷ୍ଟିଂ ଏବଂ ଟୀକାକରଣକୁ ଗୁରୁତ୍ୱ ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଦେଶରୁ ବର୍ତ୍ତମାନ ସୁଦ୍ଧା ୧୧୩୪ ଜଣ ଏୟାର ସୁବିଧା ପୋର୍ଟାଲ ଜରିଆରେ ପଞ୍ଜୀକରଣ କରିଛନ୍ତି । କିନ୍ତୁ ସେଥି ମଧ୍ୟରୁ ୪ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏହି ୪ ଜଣଙ୍କ ମଧ୍ୟରେ ଦୁଇ ଜଣ ଯାଜପୁର ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ସୁନ୍ଦରଗଡର ହୋଇଥିବା ସୂଚନା ମିଳିଛି । ଏହି ଜଣ ଆକ୍ରାନ୍ତଙ୍କର ନମୁନା ଜେନମ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଛି ।