ବିକୃତ ମୂର୍ତ୍ତି ନିର୍ମାଣ ବିବାଦ: ମୂର୍ତ୍ତିକୁ କଦର୍ଥ କରାଯାଇଥିବା ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ
କଟକ : ଗଣେଶ ମୂର୍ତ୍ତିକୁ କଦର୍ଥ କରାଯାଇଥିବା ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ । ପୋଲିସ ପ୍ରଶାସନ ଏଦିଗରରେ ନିଷ୍ପତି ନେବାକୁ କହିଲେ ହାଇକୋର୍ଟ । ସ୍କୁଲ ଛାତ୍ର ବେଶରେ ଗଣେଶ ମୂର୍ତ୍ତିର୍ ନିର୍ମାଣ କରାଯାଇଥିବା ବେଳେ ଅନ୍ୟ ଏକ ମୂର୍ତିରେ ଗଣେଶଙ୍କ ଉଗ୍ର ରୂପ ଦେଖିବାକୁ ମିଳିଥିଲା । ଗଣେଶଙ୍କ ଏପରି ରୂପକୁ ନେଇ ବିବାଦ ଦେଖାଦେଇଥିଲା । ଏପରି ମୂର୍ତିକୁ ଭାଙ୍ଗିବା ପାଇଁ କାରିଗରଙ୍କୁ କହିଥିଲା ପୋଲିସ । ହେଲେ କାରିଗରଙ୍କ ଯୁକ୍ତି ଯେପରି ବରାଦ ଆସିଛି, ସେହି ଅନୁସାରେ ନିର୍ମାଣ କରାଯାଇଛି । ମୂର୍ତ୍ତି ଭାଙ୍ଗିଲେ, ସେଥିପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ କିଏ ଦେବ? ତାଙ୍କୁ ପାରିଶ୍ରମିକ ମିଳିବ କିପରି? ଏହାକୁ ନେଇ ମୂର୍ତି କାରିଗରଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା ।
କୋର୍ଟ କହିଛନ୍ତି, ” ହିନ୍ଦୁ ଆଇନ ଅନୁଯାୟୀ ଏଭଳି ମୂର୍ତ୍ତି ନିର୍ମାଣ ଓ ପୂଜା ଆଇନ ସମ୍ମତ ନୁହେଁ। ଏଭଳି ମୂର୍ତ୍ତି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ରହିଛି।” ପୁଲିସକୁ ଏଭଳି ମୂର୍ତ୍ତି ନିର୍ମାଣ ଓ ପୂଜାମଣ୍ଡପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।