କଟକ: ଗିରଫ DFO ନିତ୍ୟାନନ୍ଦ ନାୟକଙ୍କ ପତ୍ନୀଙ୍କୁ ମିଳିଲା ହାଇକୋର୍ଟରୁ ଆଗୁଆ ଜାମିନ । ନିତ୍ୟାନନ୍ଦଙ୍କ ପତ୍ନୀ ସୂର୍ଯ୍ୟମଣି ନାୟକଙ୍କୁ ମିଳିଲା ଆଗୁଆ ଜାମିନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜେଲ୍ ଯାଇଛନ୍ତି ନିତ୍ୟାନନ୍ଦ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ୧୯ ଜୁଲାଇରେ କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍ ଡିଏଫ୍ଓ ନିତ୍ୟାନନ୍ଦ ନାୟକଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ ।
୩ ଦିନ ହେବ ଚଢାଉ ପରେ ଶେଷରେ ଗତ ଜୁଲାଇ ୨୨ ତାରିଖରେ ଗିରଫ ହୋଇଥିଲେ ଡିଏଫ୍ଓ । ଡିଏଫଓ ଙ୍କ ସରକାରୀ କ୍ବାର୍ଟର୍ସରୁ ୮ ଲକ୍ଷ ୫୦ ହଜାର ଟଙ୍କା ସହ ମିଳିଥିଲା ଗୋଟିଏ ବନ୍ଧୁକ । ଏହାସହ ଡିଏଫ୍ଓ ବାବୁଙ୍କ ବାସଭବନରୁ ଏକାଧିକ ଜମିଜମା କାଗଜପତ୍ର, ଏକାଧିକ ପାସ୍ ବୁକ୍ ଓ ଅନେକ କାଗଜପତ୍ର ମଧ୍ୟ ଜବତ କରିଥିଲା ଭିଜିଲାନ୍ସ ଟିମ୍ । ତେବେ ଡିଏଫ୍ଓ ବାବୁଙ୍କର ୧୧୫ ପ୍ଲଟ୍, ୨୦୦ ଗ୍ରାମ୍ ସୁନା, ୫୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଏବଂ ୧୦ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହୋଇଥିଲା ।
ତେବେ ଶ୍ରୀ ନାୟକ ୧୯୯୨ ମସିହାରେ ରେଞ୍ଜ ଅଫିସର ଭାବରେ ସରକାରୀ ଚାକିରିରେ ଜଏନ କରିବା ପରଠାରୁ ୨୦୨୪ ମସିହା ପର୍ଯ୍ୟନ୍ତ ଅନୁଗୁଳର ଛେଣ୍ଡିପଦାରେ ଉପରୋକ୍ତ ସମସ୍ତ ପ୍ଲଟ୍ କିଣିଛନ୍ତି । ଯେତେବେଳେ ସେ ବନ ରେଞ୍ଜ ଅଧିକାରୀ, ସହାୟକ ବନ ସଂରକ୍ଷକ, ବନ ସଂରକ୍ଷକ ଏବଂ ବିଭାଗୀୟ ବନ ଅଧିକାରୀ ଭଳି ବିଭିନ୍ନ ପଦବୀରେ କାର୍ଯ୍ୟ କରୁଥିଲେ ସେହି ସମୟରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହ କରାଯାଉଛି।