ରାଜ୍ୟରେ ଆଜି -ଆଉ କାଲି ପ୍ରବଳ ବର୍ଷା

ରିପୋଟର୍ସ ଟୁଡେ ବ୍ୟୁରୋ;- ରାଜ୍ୟରେ ଆଜି ଆଉ କାଲି ପ୍ରବଳ ବର୍ଷା । ବର୍ଷା ପାଇଁ ପୀକା ପଡିଛି ଗଣେଶ ପୂଜା । ଏବେବି ଜାରି ରହିଛି ବର୍ଷା । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ନାହିଁ ନିସ୍ତାର । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର ।

ଆଗାମୀ ୨୪ ଘଣ୍ଟାରେ ତାହା ସଦୃଶ୍ୟ ଲଘୁଚାପରେ ପରିଣତ ହେବ । ଲଘୁଚାପ ପ୍ରଭାବରେ ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା । ଆସନ୍ତା ୨୪ ଘଣ୍ଟା ପାଇଁ ମାଲକାନଗିରି ,କୋରାପସ୍ୱଙ୍କ ଜିଲ୍ଲାରେ ଭୀଷଣ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଛି ।

ସେହିପରି ସେହିପରି ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ବାକି ସମସ୍ତ ଜିଲ୍ଲା ଗୁଡିକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ୫ ଦିନ ପଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ବାରଣ କରାଯାଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ସହ ପବନ ଅଧିକ ରହିବ ।