ଭୁବନେଶ୍ୱର;- ଆସୁଛି କାଳ ବୈଶାଖୀ । ମିଳିବ ଲୋକଙ୍କୁ ଆଶ୍ୱସ୍ଥି । କାଳ ବୈଶାଖୀ ବର୍ଷା ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ୧୧ ଉପକୂଳ ଜିଲ୍ଲାକୁ ସତର୍କତା । ସେପଟେ କିନ୍ତୁ ସକାଳୁ ସକାଳୁ ଖରା ହେଉଛି, କିନ୍ତୁ ଅପରାହ୍ନରେ ବର୍ଷା । ତେବେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଥିବା ବେଳେ କିଛି ଜିଲ୍ଲାରେ ବଢିପାରେ ତାପାମାତ୍ରା । ଗରମ ଗୁଳିଗୁଳି ସହିତ ବିହାରେ ଝାଞ୍ଜି ପବନ । ଜୁନ ୭ ତାରିଖରେ ରାଜ୍ୟର କିଛି ସ୍ଥାନରେ ୪୨ ଡିଗ୍ରି ଛୁଇଁପାରେ ତାପମାତ୍ରା । ୧୫ ତାରିଖରେ ପରେ ବଦଳିପାରେ ପାଗ । ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ । ଅନ୍ୟପକ୍ଷରେ ଆଭ୍ୟନ୍ତରୀଣ ଓଡିଶା କେନ୍ଦ୍ରପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ଜଗତ୍ସିଂହପୁର ଅଞ୍ଚଳର କିଛି କିଛି ସ୍ଥାନ ମାନଙ୍କରେ ତାପମାତ୍ରା ବୃଦ୍ଧି ପାଇବା ସହିତ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ଜୁନ ୧୭ ତାରିଖପରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଥିବା ବେଳେ କିଛି ଦିନ ପର୍ୟ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ । ଦିନରେ ଗରମ ରାତିରେ ବର୍ଷା ଭିତରେ ପୁଣି ବଢିପାରେ ତାପମାତ୍ରା । ଆଗାମୀ ୧୦ରୁ ୧୨ ତାରିଖ ମଧ୍ୟରେ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକ ଠାରୁ ୮ ଡିଗ୍ରି ବା ତା’ଠାରୁ ବି ଅଧିକ ରହିପାରେ ।ତେବେ ଖରା ଗରମ ସହିତ ପଶ୍ଚିମା ଝାଞ୍ଜି ପବନ ବହିବା କାରଣରୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର ବରଗଡ଼, ସୋନପୁର, ବଲାଙ୍ଗୀର, ଦେବଗଡ଼ ଓ ଅନୁଗୁଳର ତାପମାତ୍ରା ଅଧିକ ରହିବ ।