ଭୁବନେଶ୍ୱର : ସ୍କୁଲରେ କରୋନା ସଂକ୍ରମଣ ବଢିବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସ୍କୁଲରେ ସଂକ୍ରମଣ ବଢିବା ନେଇ ଆଗରୁ ଆଶଙ୍କା ଥିଲା। ଏବେ ବଢୁଛି ସେଥିରୁ ଦେଖିବାକୁ ପଡ଼ିବ କେତେ ଜଣଙ୍କ ପାଖରେ ଲକ୍ଷଣ ଅଛି ଆଉ କେତେ ଗୁରୁତର ହୋଇଛନ୍ତି। ଅଲଗା ବାଟ କିଛି ନାହିଁ କେବଳ ସର୍ଭିଲାନ୍ସ କଡ଼ାକଡ଼ି କରିବାକୁ ପଡ଼ିବ। କେଉଁଠି କୋଭିଡ କଟକଣା ଢିଲା ହୋଇଛି କି ତାକୁ ଦେଖିବାକୁ ପଡ଼ିବ। ସ୍କୁଲକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ଯଦି କାହା ପାଖରେ କରୋନାର ଲକ୍ଷଣ ରହୁଛି, ସେହି ଛାତ୍ରଛାତ୍ରୀମାନେ ସ୍କୁଲ ନ ଆସନ୍ତୁ।
ଆଇସିୟୁରେ ମାତ୍ର ୦.୨ ପ୍ରତିଶତ ପିଲା ଅଛନ୍ତି, ଭେଣ୍ଟିଲେଟରରେ କେହି ପିଲା ନାହାନ୍ତି। ହସପିଟାଲାଇଜେସନ୍ ରେଟରୁ ଜଣାପଡ଼ୁଛି ଅଧିକାଂଶ ପିଲା ମାଇଲ୍ଡ ସଂକ୍ରମିତ। ଆର୍ ଭାଲ୍ୟୁ ଭୁବନେଶ୍ବର ଓ କଟକରେ ୧ ଅଛି। ଉପକୂଳରେଏହା ୦.୯ ଅଛି। ଆମର ଆଡମିସନ କମ୍, ଭେଣ୍ଟିଲେଟର କମ୍, ସିଭିଅରିଟି କମ୍ ଅଛି। ତେଣୁ ଆମେ କଟକଣା ମାନିବା।
ଆଜି ବରଗଡର ୨ଟିି ସ୍କୁଲର ୩୪ ପିଲା ପଜିଟିଭ୍ ସୂଚନା ମିଳିବା ପରେ ବାସ୍ତବ ସ୍ଥିତି ଜାଣିବା ପରେ ଆବଶ୍ୟକ ପଦକ୍ଷେପ ନେବା ସହିତ ସିଡିଏମଓ ଙ୍କ ସହିତ ଯୋଗାଯୋଗରେ ଥିବା ନେଇ ସମୀର ଦାଶ ସୂଚନା ଦେଇଛନ୍ତି ।