ଭୁବନେଶ୍ଵର: ସମସ୍ତ ଫଳ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ସେହିପରି ନାସପାତି ମଧ୍ୟ ଏକ ଋତୁକାଳୀନ ଫଳ। ଏହାକୁ ପିୟର୍ସ ମଧ୍ୟ କୁହାଯାଏ। ନାସପାତି ଖାଇବା ଦ୍ୱାରା ଶରୀର ଅନେକ ଲାଭ ହୋଇଥାଏ। ଏଥିରେ ଭିଟାମିନ୍ ସି, ଭିଟାମିନ୍ ବି-କମ୍ପ୍ଲେକ୍ସ, କେ, ମିନେରାଲ୍ସ, ପୋଟାସିୟମ୍, ଫେନୋଲିକ୍ ଯୌଗିକ, ଫୋଲେଟ୍, ଫାଇବର, କପର, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ଏବଂ ଯୌଗିକ ମଧ୍ୟ ଅଛି। ନାସପାତିରେ କ୍ୟାଲୋରୀ ପରିମାଣ ବହୁତ କମ୍, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏଥିରେ ପ୍ରଚୁର ପରିମାଣରେ ଫାଇବରର ଅଛି ଯାହା ହଜମ ଶକ୍ତି ବଢ଼ାଇଥାଏ। ନାସପାତିରେ ଆଉ କଣ କଣ ଲାଭ ଅଛି ଆସନ୍ତୁ ଜାଣିବା ।
ନାସପାତିରେ ଭରପୂର ମାତ୍ରାରେ ଫାଇବର ରହିଥାଏ। ଫାଇବର ଯୋଗୁଁ ପାଚନ ତନ୍ତ୍ର ମଜବୁତ ହୋଇଥାଏ। ନାସପାତିରେ ଥିବା ପୋକଟିନ ନାମକ ତତ୍ତ୍ୱ କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ରାମବାଣ ହୋଇଥାଏ। ନାସପାତି ଚୋପାର ମଧ୍ୟ ଅନେକ ଫାଇଦା ରହିଥାଏ। ଏହାର ଚୋପାରେ ୩-୪ ଗୁଣା ଅଧିକ ଫାଇଟୋନ୍ୟୁଟ୍ରିଏଣ୍ଟନ୍ସ ରହିଥାଏ। ଯାହା ଶରୀରର ଇମ୍ୟୁନିଟ୍ ବଢାଇଥାଏ। ଏହାକୁ ଖାଇବା ଦ୍ୱାରା କ୍ୟାନସର ଏବଂ ହୃଦ ସମ୍ବନ୍ଧୀୟ ରୋଗ ଆଶଙ୍କା କମ୍ ହୋଇଥାଏ।
ନାସପାତିରେ ପ୍ରଚୁର ମାତ୍ରାରେ ଆଇରନ ରହିଥାଏ। ଯାହା ହିମୋଗ୍ଲୋବିନର ସ୍ତର ବଢାଇଥାଏ। ଏନିମିୟା ଗସ୍ତ ରୋଗୀଙ୍କୁ ସୁରକ୍ଷା ଦେଇଥାଏ ନାସପାତି। ନାସପାତିରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ଭିଟାମିନର ଉଚିତ ମାତ୍ରା ରହିଛି, ଯାହା ରୋଗ ପ୍ରତିରକ୍ଷା ପ୍ରଣାଳୀକୁ ସୁଧାରିଥାଏ ଏବଂ ବିଭିନ୍ନ ରୋଗ ସହିତ ଲଢିବା ପାଇଁ ଶକ୍ତି ଯୋଗାଇଥାଏ। ନାସପାତିରେ ପୋକଟିନ୍ ରହିଛି, ଯାହା କୋଲେଷ୍ଟ୍ରଲକୁ କମ୍ କରିବାରେ ସହାୟକ ହୋଇଥାଏ। ଯଦି ଆପଣଙ୍କୁ ଭୋକ ବାରମ୍ବାର ଲାଗୁଛି, ତେବେ ନାସପାତି ଖାଆନ୍ତୁ। ଏଥିରେ ଥିବା ଫାଇବର ଆପଣଙ୍କ ପେଟକୁ ଅଧିକ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖେ। ଫାଇବର ଛଡା ଏଥିରେ ଭିଟାମିନ ସି, ଆଇରନ, ଏବଂ ମ୍ୟାଗ୍ନେସିୟମ ଭରପୂର ମାତ୍ରାରେ ରହିଥାଏ।