ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ବାଟ ଫିଟିଲା । ୨୦୧୫ରେ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କଲେ ଓଡିଶା ହାଇକୋର୍ଟ। ୬ ସପ୍ତାହ ଭିତରେ ବିଜ୍ଞପ୍ତି ପାଇଁ ସରକାରଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ସଂରକ୍ଷଣ ନିୟମ ଆଧାରରେ ସାନି ବିଜ୍ଞପ୍ତି ପାଇଁ କହିଲେ ହାଇକୋର୍ଟ । ଏହି ବିଜ୍ଞପ୍ତି ସଂରକ୍ଷଣ ନିୟମ ଅନୁସାରେ ପ୍ରସ୍ତୁତ ହେବାକୁ କୁହାଯାଇଛି । ୨୦୧୫ରେ ପ୍ରକାଶିତ ବିଜ୍ଞପ୍ତିରେ ୱାର୍ଡ ସଂରକ୍ଷଣ ୫୦% ଅତିକ୍ରମ କରିଥିବାରୁ ବିବାଦ ସୃଷ୍ଟି ହୋଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟର ହୋଇଥିଲା, ଯାହା ଏବେ ସମାଧାନ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ ନବଗଠିତ ସମ୍ବଲପୁର ପୌର ନିଗମ ପାଇଁ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ୱାର୍ଡ ସଂରକ୍ଷଣ ନେଇ ବିଜ୍ଞପ୍ତି ଜାରି କରିଥିଲେ। ୫୦ ପ୍ରତିଶତରୁ ଅଧିକ ୱାର୍ଡ ସଂରକ୍ଷିତ ବର୍ଗଙ୍କ ପାଇଁ ରଖାଯାଇ ପ୍ରକାଶିତ ବିଜ୍ଞପ୍ତି କରାଯାଇଥିଲା ଅଭିଯୋଗ ହୋଇଥିଲା। ସଂରକ୍ଷଣ ନିୟମ ଅନୁସାରେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ପ୍ରଦାନ କରାଯାଇ ପାରିବ ନାହିଁ। ଏପରି କରାଯିବା ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲଂଘନ ବୋଲି ଦର୍ଶାଇ ହାଇକୋର୍ଟରେ ଶ୍ରୀ ମହାନ୍ତି ମାମଲା ଦାୟର କରିଥିଲେ। ୨୦୧୫, ଏପ୍ରିଲ ୨ରେ ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ଏପରି ଏହି ପ୍ରସଂଗରେ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ। ଏହି ମାମଲା ବିଚାରାଧୀନ ଥିବା ବେଳେ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ପାଇଁ ସମ୍ବଲପୁର ପୌର ନିଗମ ନିର୍ବାଚନ ହୋଇ ପାରୁ ନଥିଲା। ମାମଲାରେ ସମ୍ବଲପୁର ପୌରାଞ୍ଚଳର ପ୍ରକାଶ କୁମାର ଶତପଥୀ ଇଣ୍ଟରଭେନର ଭାବେ ପକ୍ଷଭୁକ୍ତ ହୋଇଥିଲେ। ଆଜି ମାମଲାର ଚୂଡାନ୍ତ ପର୍ଯ୍ୟାୟ ଶୁଣାଣି ହୋଇଥିଲା।