ହାରିସ୍ ରୈଫଙ୍କୁ କଡ଼ା ସମାଲୋଚନା

ଭାରତର ବିଜୟ ପରେ, ଟିମ୍ ଇଣ୍ଡିଆ ବିରୁଦ୍ଧରେ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିବା ପାକିସ୍ତାନୀ ବୋଲର ହାରିସ୍ ରୈଫଙ୍କୁ ସୋସିଆଲ ମିଡିଆରେ କଡ଼ା ସମାଲୋଚନା । କେବଳ ଭାରତ ନୁହେ. ପାକସ୍ତାନୀ ମଧ୍ୟ ରୈଫଙ୍କୁ ପ୍ରବଳ ଟ୍ରୋଲ୍ କରିଛନ୍ତି ।

ରୈଫଙ୍କୁ ଟ୍ରୋଲ କରିବା ପଛରେ ଅନେକ କାରଣ ମଧ୍ୟ ରହିଛି । ଏସିଆ କପ୍ ଫାଇନାଲରେ ବିଜୟ କରିବାକୁ ଭାରତକୁ ଶେଷ ଓଭରରେ ୧୦ ରନର ଆବଶ୍ୟକ ଥିଲା । ଆଉ ଶେଷ ଓଭରର ବୋଲିଂ କରିବାକୁ ଆସିଥିଲେ ହାରିସ ରୈଫ । ତେବେ ତିଲକ ବର୍ମା ରୈଫଙ୍କ ଦ୍ୱିତୀୟ ବଲରେ ଛକା ମାରି ମ୍ୟାଚ୍ ଶେଷ କରିଥିଲେ । ତେବେ ଏହି ମ୍ୟାଚରେ ହାରିସ ୩.୪ ଓଭରରେ କୌଣସି ୱିକେଟ ନ ନେଇ ୫୦ ରନ୍ ଦେଇଥିଲେ ।