ବାଲୁକା କଳାରେ ନବବର୍ଷର ଅଭିନନ୍ଦନ

ପୁରୀ(ଜୟନ୍ତ କୁମାର ସେଠୀ): ବାଲୁକା ଚିତ୍ରକଳାରେ ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ବିଶାଳ ବାଲୁକା ଚିତ୍ରକଳା କରି ସେ ସାରା ବିଶ୍ୱ ବାସୀଙ୍କୁ ନବ ବର୍ଷର ଅଭିନନ୍ଦନ ଦେଇଛନ୍ତି । ଚଳିତ ବର୍ଷ ବାଲୁକା ଚିତ୍ରକଳାରେ ବାର୍ତା ରହିଛି ପରିବେଶ ସୁରକ୍ଷା । ପରିବେଶକୁ ସୁରକ୍ଷା ଦେଲେ ଜନଜୀବନ ମଧ୍ୟ ବଞ୍ଚି ରହିବ ବୋଲି ବାର୍ତା ଦେଇଛନ୍ତି ସୁଦର୍ଶନ । ସେହିପରି ପ୍ରତିବର୍ଷ ବେଳାଭୂମିରେ ମହାପ୍ରଭୁଙ୍କ ବାଲୁକା ଚିତ୍ରକଳା କରି ବିଶ୍ୱ ବାସୀଙ୍କୁ ସୁଦର୍ଶନ ନବ ବର୍ଷର ଶୁଭେଚ୍ଛା ଦେଇଛନ୍ତି । ମହାପ୍ରଭୁ ସାରା ବିଶ୍ୱକୁ କୋଭିଡ ମହାମାରୀରୁ ରକ୍ଷା କରିବା ନେଇ ସେ ପ୍ରାର୍ଥନା କରିଛନ୍ତି।