କଟକ: କଟକ ବଡ ମେଡିକାଲରେ ହେଲା ବିରଳ ପ୍ରତିରୋପଣ । ଓଡିଶାରେ ପ୍ରଥମ ଥର ପାଇଁ ହେଲା ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ । ବଡ ମେଡିକାଲରେ ରକ୍ତ କର୍କଟ ବିଭାଗରେ ରକ୍ତ କର୍କଟରେ ଆକ୍ରାନ୍ତ ଥିବା ଖୋର୍ଦ୍ଧା ଜିଲାର ଶୁଭ୍ରାଂଶୁଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଉଛି । ଉତ୍ତମ ଚିକିତ୍ସା କ୍ଷେତ୍ରରେ ଏସସିବିରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଛି। ଏପରି ପ୍ରତିରୋପଣ ଓଡ଼ିଶାରେ ପ୍ରଥମ ହୋଇଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଲାଗି ନିଶ୍ଚିତ ଏକ ବଡ ସଫଳତା ଆଣି ଦେଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ସମସ୍ତ ଖର୍ଚ୍ଚ ବହନ କରାଯାଇଥିଲା। ଯେଉଁମାନଙ୍କ ହ୍ୟୁମାନ ଲ୍ୟୁକୋସାଇଟ୍ ଆଣ୍ଟିଜେନ୍ ବା ଏଚ୍ଏଲ୍ଏ ଅନ୍ୟର ଏଚ୍ଏଲ୍ଏ ସହ ପ୍ରାୟ ୯୦ ପ୍ରତିଶତ ମେଳ ଖାଉଥିବ ସେହି କ୍ଷେତ୍ରରେ ହିଁ ପ୍ରତିରୋପଣ ସମ୍ଭବ ହୋଇପାରିବବୋଲି କୁହାଯାଇଛି । ଶୁଭ୍ରାଂଶୁଙ୍କ ଦେହରେ ପ୍ରଭୁଦତ ନାମକ ଜଣେ ବ୍ୟକ୍ତିଙ୍କ ଏଚଏଲଏ ୫୦ ପ୍ରତିଶତ ମେଳ ଖାଉଥିଲା। ଏଥିପାଇଁ ପ୍ରତିରୋପଣ ସମ୍ଭବ ହୋଇଛି। ପ୍ରତିରୋପଣ ପରେ ଉଭୟ ରୋଗୀ ଓ ଷ୍ଟେମ୍ ଦାତାଙ୍କ ଅବସ୍ଥା ସ୍ଥିର ରହିଛି।