ଭାରତକୁ ଚନ୍ଦ୍ରରେ ପହଞ୍ଚିବାକୁ ଲାଗିପାରେ ୧ମାସରୁ ଉର୍ଦ୍ଧ୍ୱ ଦିନ, ଜାଣନ୍ତୁ କାହିଁକି ଲାଗିବ ଏତେ ଦିନ?

0

ଇତିହାସ ରଚିଲା ଇସ୍ରୋ
ଚନ୍ଦ୍ରକୁ ଗଲା ଚନ୍ଦ୍ରଯାନ-୩
ଆନ୍ଧ୍ର ଶ୍ରୀହରିକୋଟା ଦ୍ୱିତୀୟ ଲଞ୍ଚପ୍ୟାଡରୁ ହେଲା ଉତକ୍ଷପେଣ
ମାସକ ପରେ ଚନ୍ଦ୍ରଯାନ- ୩ କକ୍ଷ ପଥରେ ଅବସ୍ଥାପିତ ହେବ
ଅଗଷ୍ଟ ୨୩ କିମ୍ବା ୨୪ରେ ସଫ୍ଟ ଲ୍ୟାଣ୍ଡିଂ କରିବ

ସବୁ ଅପେକ୍ଷାର ଘଟିଲା ଅନ୍ତ । ଲଞ୍ଚ ହେଲା ଚନ୍ଦ୍ରଯାନ-୩ । ତିନି ବର୍ଷ ପରେ ପୁଣି ଥରେ ଚନ୍ଦ୍ରକୁ ଯାତ୍ରା ଆରମ୍ଭ ହୋଇଛି । ଆଜି ଦିନ ୨ଟା ୩୫ରେ ସତୀଶ ଧାଓ୍ବନ ଲଞ୍ଚ ପ୍ୟାଡ୍ରୁ ଏହି ରକେଟ ଉତକ୍ଷେପଣ କରାଯାଇଛି । ଏହି ଲଞ୍ଚର ମାସକ ପରେ ଚନ୍ଦ୍ରୟାନ-୩ ତାର କକ୍ଷ ପଥରେ ଅବସ୍ଥାପିତ ହେବ । ଅଗଷ୍ଟ ୨୩ କିମ୍ବା ୨୪ରେ ସାଉଥ ପୋଲରେ ସଫ୍ଟ ଲ୍ୟାଣ୍ଡିଂ କରିବ ଲ୍ୟାଣ୍ଡର ବିକ୍ରମ । ଅନ୍ୟ ଦେଶ ତୁଳନାରେ ଚନ୍ଦ୍ରରେ ପହଞ୍ଚିବାକୁ ଭାରତକୁ ଲାଗିବ ଢେର ସମୟ । ତେବେ ଆସନ୍ତୁ ଜାଣିବା କେଉଁ ଦେଶକୁ ଲାଗିଥିଲା କେତେ ସମୟ ଓ କାହିକି ଭାରତକୁ ଲାଗିବ ଅଧିକ ସମୟ ।

ଋଷ ଓ ଆମେରିକାକୁ ଚନ୍ଦ୍ରରେ ପହଞ୍ଚିବାକୁ ଲାଗିଥିଲା ୪ ଦିନ
ଚୀନକୁ ଲାଗିଥିଲା ସାଢେ ୪ଦିନ
ଭାରତକୁ ଚନ୍ଦ୍ରରେ ପହଞ୍ଚିବାକୁ ଲାଗିପାରେ ୧ମାସରୁ ଉର୍ଦ୍ଧ୍ୱ ଦିନ

ହଁ ଦର୍ଶକ ବନ୍ଧୁ, ଋଷ ଓ ଆମେରିକା ଭଳି ଦେଶକୁ ଚନ୍ଦ୍ରେ ପହଞ୍ଚିବାକୁ ଲାଗିଥିଲା ମାତ୍ର ୪ ଦିନ । ସେ ପୁଣି ୫୦ ବର୍ଷ ତଳୁ ଚନ୍ଦ୍ରରେ ପହଞ୍ଚି ଯାଇଥିଲା । ସେହିପରି କିଛି ବର୍ଷତଳେ ଚୀନ ମଧ୍ୟ ମାତ୍ର ସାଢେ ୪ ଦିନରେ ଚନ୍ଦ୍ରରେ ପହଞ୍ଚି ଯାଇଥିଲା । ହେଲେ ବର୍ତ୍ତମାନ ଭାରତକୁ ଚନ୍ଦ୍ରରେ ପହଞ୍ଚିବାକୁ ଲାଗି ପାରେ ୪୦ରୁ ଅଧିକ ଦିନ । ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି ଅନ୍ୟ ଦେଶ ତୁଳାନାରେ ଭାରତକୁ ଚନ୍ଦ୍ରରେ ପହଞ୍ଚିବାକୁ ଅଧିକ ଦିନ ଲାଗିବ?

କୁହାଯାଉଛି, ରକେଟର ଡିଜାଇନ ସହ ଏଥିରେ ଖର୍ଚ୍ଚ ହେଉଥିବା ଇନ୍ଧନ ଓ ଏହାର ବେଗ ଉପରେ ନିର୍ବର କରୁଛି କେତେ ଦିନରେ ଚନ୍ଦ୍ରୟାନ ଚନ୍ଦ୍ରରେ ପହଞ୍ଚିବ । ଚନ୍ଦ୍ରୟାନ-୨ ପାଇଁ ଖର୍ଚ୍ଚ ହୋଇଥିଲା ୯୭୦ କୋଟି । ହେଲେ ଚନ୍ଦ୍ରୟାନ-୩ ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୬୫୦ କୋଟି । କିନ୍ତୁ ଆମେରିକାର ଆପୋଲୋ-୧୧କୁ ଚନ୍ଦ୍ର ପୃଷ୍ଠକୁ ପଠାଇବା ପାଇଁ ବ୍ୟବହାର ହୋଇଥିଲା SATURN-V ରକେଟ୍ ଲଞ୍ଚର । ସେତେବେଳେ ନାସା ଏଥିପାଇଁ ପ୍ରାୟ ୧୬ ଶହ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଏହାଥିଲା ସବୁଠାରୁ ଭାରି ରକେଟ୍ ଲଞ୍ଚର, ଘଣ୍ଟାପ୍ରତି ଏହା ୩୯ ହଜାର କିଲୋମିଟର ବେଗରେ ଗତି କରିପାରେ । ପୃଥିବୀରୁ ଚନ୍ଦ୍ରର ଦୂରତା ୩.୮ ଲକ୍ଷ କିଲୋମିଟର ଅତିକ୍ରମ କରିବାକୁ ନାସାର ରକେଟ୍ ଲଞ୍ଚର ୪ ଦିନ ସମୟ ନେଇଥିଲା । କିନ୍ତୁ ଭାରତର ଏହି ଶସ୍ତା ରକେଟ୍ ଲଞ୍ଚରର ଓଜନ ଅପେକ୍ଷାକୃତ କମ୍ । କମ୍ ଶକ୍ତିଶାଳୀ ଛୋଟ ରକେଟ୍ GSLV MK-3 ଚନ୍ଦ୍ରରେ ପହଞ୍ଚିବା ପାଇଁ ପୃଥିବୀ ଓ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତିକୁ ବ୍ୟବହାର କରିବ । ସେଥିପାଇଁ ଏହାକୁ ୪୦ରୁ ୪୨ ଦିନ ଲାଗିଯିବ ।