ମାଆକୁ ହାଣିଲା ଦିବ୍ୟାଙ୍ଗ ପୁଅ

ଆନନ୍ଦପୁର: ପୁଅ ଦିବ୍ୟାଙ୍କ ବୋଲି ନାନା ନିନ୍ଦା ଅପବାଦ ସହି ପୁଅକୁ ବଡ କରିଥିଲା ମା । କିନ୍ତୁ ଶେଷରେ ସେହି ଦିବ୍ୟାଙ୍ଗ ପୁଅ ହିଁ ପାଲଟିଲା ମୃତ୍ୟୁର କାରଣ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଘଷିପୁରା ଥାନା ଖଡିବିଲ ଗ୍ରାମରେ ।
ଲକ୍ଷେ ଶିବ ପୂଜି ପୁଅଟେ ପାଇଥିଲା ମା । ଦିବ୍ୟାଭ୍ଗ ହେଲେ ବି ଅତି ସ୍ନେହ ଆଉ ଭଲପାଇବା ଦେଇ ପୁଅକୁ ବଡ କରିଥିଲା । କିନ୍ତୁ ସେହି ଦିବ୍ୟାଭ୍ଗ ପୁଅ ହିଁ ଆଜି ମାକୁ ହତ୍ୟା କରିବାକୁ ପଛାଇ ନାହିଁ । ତେବେ ଏଭଳି ଆକ୍ରମଣର କାରଣ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ । ନିଶା ଖାଇବାକୁ ବାରଣ କରିବାରୁ ମାଙ୍କୁ ହତ୍ୟା କରିଛି ପୁଅ । ସୂଚନା ଅନୁଯାୟୀ, ଖଡିବିଲ ଗ୍ରାମର ଦିବ୍ୟାଙ୍ଗ ଯୁବକ ମଣ୍ଟୁ ଜେନାର ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ମା ରଙ୍ଗଲତା । ନିଶା ଖାଇବାକୁ ମାଙ୍କୁ ଟଙ୍କା ମାଗିଥିଲା ମଣ୍ଟୁ । କିନ୍ତୁ ମା ଟଙ୍କା ନ ଦେବାରୁ ଏଥିରେ ଉତକ୍ଷୀପ୍ତ ହୋଇ କାତିରେ ଅମାନୁଷିକ ଭାବେ ଆକ୍ରମଣ କରଥିଲା ମଣ୍ଟୁ । ଫଳରେ ରଙ୍ଗଲତା ଗୁରୁତର ଆହତ ହୋଇଛନ୍ତି । ତେବେ ମଣ୍ଟୁର ଭାଇମାନେ ମା ରଙ୍ଗଲତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏ ଘଟଣା ନେଇ ପରିବାର ପକ୍ଷରୁ କୌଣସି ଅଭିଯୋଗ ଦିଆଯାଇନାହିଁ ।