ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ଲୁହା ଛଡରେ ପିଟି ପିଟି ହତ୍ୟା

କେଉଁଝର : ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ଲୁହା ଛଡରେ ପିଟି ପିଟି ହତ୍ୟା କରିବା ଘଟଣାରେ ଜଣକୁ ଅଟକ ରଖିଛି ପୋଲିସ । ବୃଦ୍ଧାଙ୍କୁ ପିଟିଥିବା ଅଭିଯୁକ୍ତ ଜଣକ ନାବାଳକ । ମୃତକ ହେଲେ ଜାନକୀ ମୁଣ୍ଡା, ତାଙ୍କ ବୟ ୬୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା ପଦା କସଡ଼ା ଗାଁରେ ଘଟିଛି ଘଟଣା । ହତ୍ୟାରେ ବ୍ୟବହୃତ ଲୁହା ଛଡ଼କୁ ଜବତ କରିଛି ପୋଲିସ । ଅଭିଯୁକ୍ତକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି ପୋଲିସ ।
ଖବର ଅନୁଯାୟୀ, ସୂଚନା ନୁସାରେ ଗ୍ରାମର ବିଷ ମୁଣ୍ଡାଙ୍କ ପରିବାର ଲୋକଙ୍କୁ କିଛି ଦିନ ହେବ ଦେହ ଅସୁସ୍ଥ ଲାଗି ରହିଥିଲା। ଏହାକୁ କେନ୍ଦ୍ର କରି ମୃତ ଜାନକୀ ଗୁଣି ଗାରେଡି କରି ଦେହ ଖରାପ କରିଥିବା ସନ୍ଦେହ କରିଥିଲେ ।ସବୁବେଳେ ଗୁଣି କରୁଛି କହି ଅଭିଯୁକ୍ତ ନାବାଳକ ବିଷ ଗତ ରବିବାର ଜାନକୀ କୁ ଘରେ ଏକୁଟିଆ ପାଇ ଘର ବାହାରୁ କବାଟ ବନ୍ଦ କରିଦେଇ ଏକ ଲୁହା ଛଡ଼ ରେ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିଲେ ।
ଜାନକୀଙ୍କର ମୃତ୍ୟ ଖବର ନେଇ ଗ୍ରାମବାସୀ ମାନେ କାଞ୍ଜିପାଣି ପୋଲିସକୁ ଖବର ଦେଇଥିଲେ । ଏହା ପରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି । ହତ୍ୟାରେ ବ୍ୟବହୃତ ଲୁହାଛଡକୁ ଜବତ କରିଛି ପୋଲିସ ।