ଗୁଜରାଟ ବିଧାୟକ ଜିଗ୍ନେଶ ମେୱାନୀଙ୍କୁ ମିଳିଲା ଜାମିନ

ଆସାମ ପୁଲିସ୍‌ ଦ୍ୱାରା ଗିରଫ ହୋଇଥିବା ଗୁଜରାଟ ବିଧାୟକ ଜିଗ୍ନେଶ ମେୱାନୀଙ୍କୁ ଶେଷରେ ଜାମିନ ମିଳିଛି।

0

(ଆସାମ) : ଗୁଜରାଟ ବିଧାୟକ ଜିଗ୍ନେଶ ମେୱାନୀଙ୍କୁ ମିଳିଲା ଜାମିନ । ଆସାମ ପୁଲିସ୍‌ ଦ୍ୱାରା ଗିରଫ ହୋଇଥିବା ଗୁଜରାଟ ବିଧାୟକ ଜିଗ୍ନେଶ ମେୱାନୀଙ୍କୁ ଶେଷରେ ଜାମିନ ମିଳିଛି।

ଜଣେ ମହିଳା ପୁଲିସ୍‌ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ସେ ଗିରଫ ହୋଇଥିଲେ। ତେବେ ଆଜି ଆସାମର ଗୋଟିଏ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।


ଏହି ମାମଲାରେ ତାଙ୍କୁ ଏପ୍ରିଲ ୨୫ରେ ଜାମିନ ମିଳିଥିଲା। ତେବେ ଜାମିନ ମିଳିବାର ମାତ୍ର କିଛି ମିନିଟ୍‌ ମଧ୍ୟରେ ତାଙ୍କୁ ମହିଳା ପୁଲିସ କର୍ମଚାରୀଙ୍କୁ ମାଡ଼ ମାରିବା ମାମଲାରେ ପୁଣି ଗିରଫ କରାଯାଇଥିଲା। ହେଲେ ଆଜି ଶେଷରେ ତାଙ୍କୁ ଏହି ମାମଲାରେ ମଧ୍ୟ ଜାମିନ ମିଳିଛି।