ସ୍ୟାଣ୍ଡ ଆର୍ଟରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା

ଗୋପ(ଜୟନ୍ତ କୁମାର ସେଠୀ)  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ୭୫ ତମ ଜନ୍ମଦିନ । ଏହି ଅବସର ରେ ବିଭିନ୍ନ ମହଲରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଜନ୍ମଦିନ ର ଶୁଭେଚ୍ଛା ର ସୁଅ ଛୁଟି ବାରେ ଲାଗିଛି। ସେପଟେ ପୁରୀ ର ଭାସ୍କର୍ୟ୍ୟ ଶିଳ୍ପୀ ଶ୍ରୀଧର ଦାସ ଏକ ସ୍ୟାଣ୍ଡ ଆନିମେସନ କରି ମୁଖ୍ୟମନ୍ତ୍ରୀ ଙ୍କୁ ଜନ୍ମ ଦିନ ର ଶୁଭେଚ୍ଛା ଜଣାଇ ଛନ୍ତି। ଏକଘଣ୍ଟା ୨୦ ମିନିଟ ସମୟ ନେଇ ଏହି ସୁନ୍ଦର ସ୍ୟାଣ୍ଡ ଆନିମେସନ ଟି ଭାସ୍କର୍ୟ୍ୟ ଶିଳ୍ପୀ ଶ୍ରୀଧର ଦାସ କରିଛନ୍ତି। ମହାପ୍ରଭୁଙ୍କ କୃପା ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘାୟୁ ଓ ସୁସ୍ଥ ରୁହନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି ।