ଭୁବନେଶ୍ୱର;ଉତ୍ତର ଓଡିଶାରେ ବେଶୀ ପ୍ରଭାବ ବାତ୍ୟା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ।ଅବପାତଟି ଆଜି ଗଭୀର ଅବପାତରେ ପରିଣତ ।କାଲି ସକାଳେ ଏହା ବାତ୍ୟାର ରୂପ ନେବା ସମ୍ଭାବନା ।କାଳକ୍ରମେ ଏହା ଭୀଷଣ ବାତ୍ୟାରେ ରୂପାନ୍ତରିତ ହେବ ।
୨୪ ରାତି ଓ ୨୫ କାଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ।ପୁରୀରୁ ସାଗରଦ୍ୱୀପ ମଧ୍ୟରେ ଏହାର ପ୍ରଭାବ ରହିବ ।
ପୁରୀରୁ ୨୪ ପ୍ରଗଣା ଜିଲ୍ଲା ମଧ୍ୟରେ ବର୍ଷା,ପବନ ହେବ ।ସ୍ଥଳଭାଗ ଛୁଇଁଲା ବେଳେ ପବନ ବେଗ ୧୦୦ରୁ ୧୨୦ କିମି ରହିବ ।ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗରେ ଏହାର ବେଶୀ ପ୍ରଭାବ ରହିବ ।