ଭୁବନେଶ୍ୱର : ସ୍ୱଚ୍ଛ ସାଥୀ ପୂଜା ସିଂହଙ୍କୁ ସମ୍ବର୍ଧନା କଲେ BMC କମିଶନର ଓ ଅତିରିକ୍ତ କମିଶନର । BMC ର MCC ସେଣ୍ଟର ସ୍ୱଚ୍ଛ ସାଥୀ ଭାବେ କାମ କରନ୍ତି ପୂଜା ସିଂହ। ଗତକାଲି ଡ୍ୟୁଟି ସମୟରେ ସେ ଅଳିଆ ଭିତରୁ ଏକ ସୁନା ଚେନ ପାଇଥିଲେ। ଏ ନେଇ ସେ ତାଙ୍କ ଉପରସ୍ତ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ BMC ଅଧିକାରୀ ଯାଞ୍ଚ କରି ସୁନା ଚେନ ର ମାଲିକଙ୍କୁ ହସ୍ତାନ୍ତର କରିଛନ୍ତି।