ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି ରାଜ୍ୟପାଳ ରାଘୁବର ଦାସ

ପୁରୀ : ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି ରାଜ୍ୟପାଳ ରାଘୁବର ଦାସ । ପୂର୍ବାହ୍ନରେ ରାଜ୍ୟପାଳ ରଘୁବର ଦାସ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏଥି ସହ ମା ବିମଳା , ଲକ୍ଷ୍ମୀ , ଓ ଅନ୍ୟାନ୍ୟ ପାଶ୍ୱର୍ ଦେବାଦେବୀଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି ରାଜ୍ୟପାଳ ।
ତେବେ ଦର୍ଶନ ପରେ ରାଜ୍ୟପାଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଓଡିଶାରେ ସରକାର ପରିବର୍ତ୍ତନ ହୋଇଥିବାବେଳେ ଆଗାମୀ ଦିନରେ ଓଡିଶା ସଶକ୍ତ ଏବଂ ଉନ୍ନତ ରାଜ୍ୟ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ସେପଟେ ପୂର୍ବ ସରକାରର ବିଏସମେୱାଇ ସହିତ ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନା ଏବେ ବନ୍ଦ ହେବାର ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଲୋକଙ୍କ ସୁବିଧା ସୁଯୋଗ ପ୍ରଦାନ କରାଯିବ । ସେହିପରି ଚଳିତ ବର୍ଷ ମହାପ୍ରଭୁଙ୍କ କୃପାରୁ ସୁରୁଖୁରୁରେ ଆଯୋଜନ ହେବ ବୋଲି ରାଜ୍ୟପାଳ କହିଛନ୍ତି ।